ଆମରି ଅଜା ଜୟକୃଷ୍ଣ ସାହୁ ଡିସେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-52e3a3dbb6.html ଆସ ଵୁଲିଯିବା ଗାଆଁ ଯାତରା ସଜବାଜ ହୁଅ ମକୁ ନେତେରା ଅଜା ଵି ସାଥିରେ ଯିବେ, ଭାରି ମଜାହେଵ ଅଜା ଗଲେ ସାଥେ ଖଜା ଖାଇବାକୁ ଦେବେ। ଅଜାଙ୍କ ହାତରେ ବଙ୍କୁଲୀ ବାଡ଼ି ଠୁକୁଠୁକୁ କରି ଯିବେ ସେ ମାଡ଼ି କୁତୁ କୁତୁ ତାଙ୍କ ମନ, ଆମେ ଯେତେ ନାତି ନାତୁଣୀ ତାଙ୍କର ଆଦରର ଗଣ୍ଠିଧନ। ଅଜା ଆମ ଭାରି ଖାଇବା ପ୍ରିୟ ଭଲ ଖାଇଵାରେ ଥାଏଟି ଲୟ ଜାନିଯାତରାକୁ ଗଲେ, ନିଜେ ଖାଇ ସିଏ ପିଲାଙ୍କୁ ଖୁଆନ୍ତି ଅଣ୍ଟାରେ ପଇସା ଥିଲେ। ଭାରି ସଉକିଆ ଅଜା ଆମର କଥାଟି ତାଙ୍କର ଭାରି ମଧୁର ଆଈ ଥାଏ ଛାଇ ପରି, କ୍ଷଣେ ନ ଦେଖିଲେ ମୋ ଅଜା,ଆଈକୁ ମୁଣ୍ଡ ଯାଏ ତାଙ୍କ ଘୁରି। ଗୋରା ତକତକ ପାକୁଆ ପାଟି ତାଳୁ ପରେ ନାହିଁ ଗୋଟିଏ ଚୁଟି ପାନ ଖାଇ ଓଠ ନାଲି, ନାଲି ଓଠ ଦେଖି ଥଟ୍ଟା କରିଥାଏ ମଜାରେ ନାତୁଣୀ ଡ଼ଲି। ମୋ ଅଜାଙ୍କ ପରି କିଏ ସେ ହେବ ଯାହା ଇଚ୍ଛା କଲେ ସେ ଆଣି ଦେବ ମୋ ମାମାର ବାବା ସିଏ, ତାଙ୍କ ପରି ଆଉ ଅଧିକ ନିଜର କହ ଅଛି ଆଉ କିଏ ? ∎ କପିଳ ପ୍ରସାଦ, ଭୁବନେଶ୍ୱର-୨ ମୋ-୯୯୩୭୦୯୨୩୯୭.