ଏଇ ଅଗଷ୍ଟରେ ନୀଳମଣି ଚାନ୍ଦ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-51c6de335d.html ଲୋକେ କହନ୍ତିରେ ଲୋକେ କହନ୍ତି ଅଗଷ୍ଟ ମାସଟି ଏକତିରିଶିଆ ଆସିଯାଏ  ଆଣି କେତେ ଜୟନ୍ତୀ । କିଛି କହନ୍ତିରେ କିଛି କହନ୍ତି ଅଗଷ୍ଟରେ ପଡ଼େ କେତେ ପୁଣ୍ୟତିଥି ସ୍ମୃତି ପଟେ କିଛି  ଜିଇଁ ରହନ୍ତି । ଜୟନ୍ତୀ କଥାରେ ଜୟନ୍ତୀ କଥା ପାଞ୍ଚରେ ବକୁଳବନ ଦୁର୍ବାସା ନୀଳକଣ୍ଠଙ୍କୁରେ ନୁଆଁଉ ମଥା। ଅଗଷ୍ଟ ନଅରେ ଅଗଷ୍ଟ ନଅ ଶ୍ରାବଣ ପୂର୍ଣ୍ଣିମା ସ୍ୱଭାବ କବିଙ୍କ ଜୟନ୍ତୀ ପାଳିବ ପିଲାଏ କହ । ଛବିଶ ଅଗଷ୍ଟ ଆସିବ ଯେବେ ସେବାର ପ୍ରତୀକ ମାଆ ଟେରେସାଙ୍କ ଜୟନ୍ତୀ ସମସ୍ତେ ଭାବି ଯେ ନେବେ । ଅଗଷ୍ଟ ସାତରେ ଅଗଷ୍ଟ ସାତ ବିଶ୍ୱକବି ରବୀନ୍ଦ୍ରଙ୍କ ପୁଣ୍ୟତିଥି କରିଦେବାରେ ତାଙ୍କୁ ପ୍ରଣିପାତ । ସିଏ  ସ୍ୱାଧୀନତା ଦିବସ ଆଣେ ପ୍ରତି ଭାରତୀୟ ପାଇଁ ତ  ଗରବ ଅଗଷ୍ଟ ପନ୍ଦର  ଜାଣେ ମୁଁ ଜାଣେ। ∎    ୨୭,ମନ୍ତ୍ର ମାନୋର,ଗୋଠପାଟଣା ଭୁବନେଶ୍ୱର,ମୋ:୯୫୮୩୨୦୨୩୫୭