ପଇସା ମୁଣି ଦାଶ ବେନହୁର ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-5197e873c2.html ଅତୀତ କାଳରେ ଯେତେବେଳେ କଉଡ଼ି ବା ମୁଦ୍ରା ପଇସା ଆକାରରେ ଚଳୁଥିଲା ସେ ସବୁ ନେବା ଆଣିବା କରିବା ପାଇଁ ଥିଲାବାଲା ଲୋକମାନେ ମତେ ବ୍ୟବହାର କରୁଥିଲେ। କିଏ ମତେ ପାଟ ବା ମଖମଲି କନାରେ ତିଆରି କରୁଥିଲା ତ କିଏ ଚମଡ଼ାରେ କରୁଥିଲା। ସେଥିରେ ପୁଣି ଚମଡ଼ାର ପ୍ରକାର ଅନୁସାରେ ମୋର ବଡ଼ପଣ ମଧ୍ୟ ସାଧାରଣରୁ ଦାମିକା ଓ ଅତ ଦାମିକା ହୋଇଯାଉଥିଲା । ସେତେବେଳେ ମୋ ନାଆଁ ଥିଲା “ପଇସା ଥଳି ` । ପାନ ଖାଉଥିବା ଲୋକେ ଯେଉଁମାନେ “ବଟୁଆ ` ବ୍ଯବହାର କରୁଥିଲେ, ସେମାନେ ସେଥିରେ ପାନ ଓ ଚେରମୂଳି ଔଷଧ ସହ ଆଉ ଗୋଟାଏ ବାଟ ଫିଟେଇ ମତେ ସାଇତି ରଖୁଥିଲେ। ଆମ ଓଡ଼ିଆରେ ମତେ କିଏ କିଏ କହୁଥିଲେ “ବଟୁଆ । ଦିନ ଥିଲା ଅଧଲା ପାହୁଲା ଭଳି ଅତି ସାଧାରଣ ମୁଦ୍ରାଟିଏ ଲୋକେ ଦେଖିବାକୁ ପାଉ ନ ଥିଲେ। ପାହୁଲା ମାନେ ପଇସାର ଚାରି ଭାଗରୁ ଭାଗେ । ଅଧଲା ମାନେ ପଇସାରୁ ଅଧେ। ଗରିବ ଲୋକେ ପଇସା ରଖିବା ପାଇଁ ଧାତୁରେ ତିଆରି ଛୋଟ “କରାଟ” ବ୍ୟବହାର କରୁଥିଲେ । କରାଟଟି ଅଣ୍ଟାରେ ଖୋସା ହେଉଥିଲା। ବାଟୋଇମାନେ କିନ୍ତୁ ପଇସା ନେବା ଆଣିବା ବେକମୁଣା” ` ନ ହେଲେ ଗାଞ୍ଜିଆ ବ୍ଯବହାର କରୁଥିଲେ । ବେକମୁଣାରେ ଗୋଟିଏ ଛୋଟ ଜାଲିମୁଣା ସୂତାରେ ବାନ୍ଧି ବେକରୁ ଝୁଲେଇ ଦିଆଯାଉଥିଲା। ମୁଣାରେ ରହୁଥିଲା ପଇସା । ପୋଷାକ ପିନ୍ଧିଲେ କି ଦେହକୁ ଚଦରରେ ଘୋଡ଼େଇ ଦେଲେ ଆଉ ମୁଣା ଦେଖାଯାଉ ନ ଥିଲା। ସେମିତି କନାରେ ଗୋଟେ ସରୁଆ ନଳମୁଣା କରି “ଗାଞ୍ଜଆ `” ତିଆରି କରାଯାଉଥିଲା । ସେଥିରେ ଟଙ୍କା, ପଇସା ଏପରି କି ଅନ୍ଯ ମୂଲ୍ଯବାନ ଜିନିଷ ପୂରେଇ ଅଣ୍ଟାରେ ଗୁଡ଼େଇ ବାନ୍ଧି ଦିଆଯାଉଥିଲା। ତା ` ଉପରେ ଲୁଗା ପିନ୍ଧିଦେଲେ ପଇସାତକ ଆଉ ହଜିବାର ବା ଚୋରି ହେବାର ସମ୍ଭାବନା ନ ଥାଏ। ଆଜି ଆଉ ସେ କଥା ନାହିଁ । ମୁଁ ଆଉ “ପଇସା ଥଳି”,“ବଟୁଆ”,“କରାଟ”, “ବେକମୁଣା” କି ““ଗାଞ୍ଜଆ ଆକାରରେ ନାହିଁ । ମୋର କେତେ ନୂଆ ନାଆଁ ହୋଇଗଲାଣି। ଇଂରେଜୀ ଶାସନ ଭାରତରେ ଚାଲିବା ଦିନୁ କିଏ ମତେ କହିଲା, `ପର୍ସ `” ତ କିଏ “ `ମନିବ୍ଯାଗ୍‌”, ପୁଣି କିଏ “ୱାଲେଟ `। ଆମେରିକୀୟମାନେ କିନ୍ତୁ ମତେ କହନ୍ତି `ହ୍ଯାଣ୍ଡ୍‌ ବ୍ୟାଗ୍‌` । କାରଣ ମୋ ଦେହରେ ପଇସା ସହ ଅନ୍ୟ ଜିନିଷ ବି ସେମାନେ ଧରନ୍ତି। ଜାପାନରେ କିଛି ଲୋକ ଏବେ ବି ମୋର ଗାଞ୍ଜିଆ ରୂପକୁ ବ୍ୟବହାର କରନ୍ତ। ଷୋଡ଼ଶ ଶତାବ୍ଦୀରୁ ମୁରାଇମାନେ ମତେ ବ୍ଯବହାର କରନ୍ତି ବୋଲି ପ୍ରମାଣ ଅଛି। ସେମାନଙ୍କ ମୁହଁ ରେ କିନ୍ତୁ ମୋର ନାଆଁ ହେଉଛି - “ଉଚି ବୁକୁରୋ ` ମାନେ “ପଇସା ମୁଣି” । ∎