ଠଣ୍ ଠଣା ଠଣ୍ ହରିହର ଶୁକ୍ଳ ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-5186281708.html ଠଣ୍ ଠଣା ଠଣ୍ ଠଣକ୍ ଠଣ୍ ପଇସା ଖସିଲା ଝଅଣ୍ ଝଣ୍; ଅଜାଙ୍କର ମୁଣି ଯାଇଛି ଫୁଟି ପଇସା ଯେତେକ ଦେ` ତୁ ଖୁଣ୍ଟି। ଠଣ୍ ଠଣା ଠଣ୍ ଠଣକ୍ ଠଣ୍ ଠଣ୍ ଠଣ୍ କରି ପଇସା ଗଣ୍; ପଇସା ଗଣିବୁ ଠିକ୍ ଠିକ୍ ଥରକୁ ଥର ତୁ ଗଣିବା ଶିଖ୍। ଠଣ୍ ଠଣା ଠଣ୍ ଠଣକ୍ ଠଣ୍ ଅଜାଙ୍କର ସବୁ ପଇସା ଗଣ୍; ଠିକ୍ ଠିକ୍ କରି ଗଣିବୁ ଯେବେ ଖୁସି ହୋଇ ଅଜା ସାବାସି ଦେବେ। ∎ ବି-୧୦/୧୪୫, କେନ୍ଦ୍ରୀୟ ବିହାର ପୋ:ତମାଣ୍ଡୋ ଭୁବନେଶ୍ୱର-୭୫୧୦୨୮ ଫୋ:୯୮୬୮୮୦୫୯୯୬