ଶିରି ଶିରି ଶୀତ ପ୍ରଶାନ୍ତ କୁମାର ଦାଶ ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-511374e2c2.html ହଲି ଝୁଲି ଗେଣ୍ଡୁଫୁଲ ବିତରେ ତା ବାସ ଶିଶିରରେ ଭିଜି ଧଳା ଦିଶେ ଦୁବଘାସ || ଉଡିଆସି ପ୍ରଜାପତି ବସିଲାଣି ଫୁଲେ ପବନ ପରଶେ ଗଛେ ଫୁଲ ଫଳ ଝୁଲେ || ଧାନପାଚି ସୁନାପରି ଦିଶିଲାଣି ବିଲେ ଉଷୁମ ପୋଷାକ ଘରେ ପିନ୍ଧିଲେଣି ପିଲେ || ଶିରି ଶିରି ଶୀତ ଆସେ ଦେହ ଉଠେ ଥରି ସହରୁ ବେପାର ସାରି ଫେରିଆସେ ନରି || ମୁହଁସଞ୍ଜେ ଶୀତେଥରି ଆଇ ପୁଏଁ ନିଆଁ ଶୀତକୁ ନଡ଼ରି କୁନା ମାରୁଥାଏ ଡିଆଁ ||  ପ୍ରଶାନ୍ତ କୁମାର ଦାଶ କୁଞ୍ଜର ସଙ୍ଗଳାଇ ପିପିଲି ପୁରୀ Mobile -9668822190