ଦେଶପ୍ରୀତି ଡ଼।.ସ୍ୱର୍ଣ୍ଣଲତା ତ୍ରିପାଠୀ ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-506bf49749.html ଆମେ ଆଜିର ଚାର। କାଲିକୁ ମହାଦ୍ରୁମ, ପତ୍ର,ଫୁଲ ,ଫଳରେ ଉପକାରର କାମ । ଆମେ ଆଜିର ଶିଶୁ କାଲିକୁ ନାଗରିକ, ସୁଖଦୁଃଖରେ ଜୀବନ ବାଜି ହେବୁ ଦେଶ ସେବକ । ସୁଖଶାନ୍ତିରେ ମମତା ଦେଇ ରଖି ଆନ୍ତରିକତା, ଦେଶକୁ ଭଲ ପାଇବୁ ସଦ। ବାନ୍ଧି ଆମେ ଏକତା । ପ୍ରଗତି କାମେ ଅଣ୍ଟା ଭିଡ଼ିବୁ କରିବୁ ସହଯୋଗ, ସଚେତନତା କର୍ତ୍ତବ୍ୟ କରି ନିଜକୁ ବିନିଯୋଗ । ସମାଜ ପ୍ରତି ସହାନୁଭୂତି ଶ୍ରଦ୍ଧା ରଖିବା ଭଲ, ଧନୀ ଗରିବ ସବୁଶ୍ରେଣୀରେ ସମାନ ଅଧିକାର । ଶ୍ରଦ୍ଧା ସମ୍ମାନ ଜାତୀୟଭାବ ଜାଗ୍ରତ ଦେଶ ପ୍ରୀତି, ଜାତି ଉନ୍ନତି ନିଜ ଉନ୍ନତି ଭାବନା ଥିବ ନିତି । ∎ (ର।ଷ୍ଟ୍ରପତି ପୁରସ୍କରପ୍ରାପ୍ତ ) ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ,ପୁରୀ ସଦର ବ୍ଲକ । କୋଣାର୍କ,ପୁରୀ ।