ବରଷକୁ ଥରେ ରଥ ଯାତରାରେ ଧ୍ରୁବ ଚରଣ ଘିବେଲା ଜୁଲାଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-4f76dbd009.html ବରଷକୁ ଥରେ ରଥଯାତରାରେ ଯାଆନ୍ତି କଳାଶ୍ରୀମୁଖ ଆଷାଢ଼ ମାସର ଶୁକୁଳ ପକ୍ଷରେ ରଥଯାତ ଅନୁଷ୍ଠିତ I ଦ୍ଵିତୀୟା ତିଥିରେ ଭଗ୍ନୀ ଭ୍ରାତା ସାଥେ ମିଳିମିଶି ଯାନ୍ତି ଯାତ୍ରାରେ ଜଗା ନନ୍ଦିଘୋଷେ ଭ୍ରାତା ତାଳଧ୍ବଜେ ଭଗ୍ନୀ ଦର୍ପଦଳନରେ I ଘିଡ଼ି ଘିଡ଼ି ଘିଡ଼ି ବଡ଼ଦାଣ୍ଡେ ଗଡ଼ି ରଥ ଯାଇଥାଏ ବଢ଼ି ଦଉଡ଼ିକୁ ଧରି ଭକ୍ତ ହୋଇ ମେଳି ରଥକୁ ନିଅନ୍ତି ଭିଡ଼ି I ତିନି ରଥେ ତିନି ଦିଅଁ ରଥାରୁଢ଼ ଶ୍ରୀମନ୍ଦିରରୁ ବାହାରି ନୀତିକାନ୍ତି ପରେ ହର୍ଷ ଉଲ୍ଲାସରେ ରଥେ ଯା`ନ୍ତି ଯାତ୍ରା କରି I ଦେଇ ହରିବୋଲ ଶୁଭ ହୁଳହୁଳି ଶଙ୍ଖ ଘଣ୍ଟ ବାଦ୍ୟ ଧ୍ଵନି ଭକତ ଆନନ୍ଦ ଖୁସି ଗଦଗଦ କୋଳାହଳମୟ ଧ୍ଵନି I ବଡ଼ଦାଣ୍ଡ ପରେ ରଥ ଗଡ଼େ ଧିରେ ଆଗେ ଆଗେ ବଳଭଦ୍ର ମଝିରେ ସୁଭଦ୍ରା ଦର୍ପଦଳନରେ ପଛରେ ଜଗତନାଥ I ରଥରେ ବାମନ ରୂପ ଦରଶନ କରି ଭକ୍ତ କୃତକୃତ୍ୟ ଧିରେ ଗଡ଼େ ରଥ ବଡ଼ଦାଣ୍ଡ ପଥ କାଳିଆମୟ ସର୍ବତ୍ର I ଭକତଙ୍କ ମେଳେ ଗହଳେ ଚହଳେ ପରିବେଶ ପୂତମୟ କିଏ କେଉଁ ବେଶେ ଭକତ ହରଷେ ନୃତ୍ୟରତ ଭାବମୟ I ଅଟକି ବାଟରେ ମାଉସୀ ମା` ଘରେ ଖାଇ ଖୁସି ପୋଡ଼ପିଠା ସେଇଠୁ ଆଗକୁ ଗୁଣ୍ଡିଚାବାଡ଼ିକୁ କରନ୍ତି ନଅଦିନ ଯାତ୍ରା I ବାହୁଡ଼ାଯାତ୍ରାରେ ଫେରିକି ଆସିଲେ ରଥେ ନାଗାର୍ଜ୍ଜୁନ ବେଶ ଲକ୍ଷ୍ମୀଙ୍କର ମାନ ଭାଙ୍ଗି (ଜଗା )ପ୍ରବେଶିଲେ ନୀଳାଦ୍ରି ବିଜେରେ (ଯାତ୍ରା )ଶେଷ I ବଉଦରାଜ, ଜି. ବୌଦ୍ଧ ମୋ.9437478466