ଫୁଲ ହସେ ସକାଳକୁ ଧ୍ରୁବ ଚରଣ ଘିବେଲା ମାର୍ଚ୍ଚ: ୨୦୨୬ Canonical: https://sishu.kabitawithoutborders.org/shishu/article_details-4f6ae7aa17.html ଫୁଲ ହସେ ସକାଳକୁ ସୂରୁଯ ହସିଲେ ଝଲସେ ପୁଣି ସକାଳ କିରଣ ମାଖିଲେ I ସକାଳର ଆଲୁଅରେ ଫୁଲ ବାଢ଼େ ହସ ଆଲୁଅ ପାଇଁକି ଫୁଲ ସୁନ୍ଦର ସରସ I ରଙ୍ଗ ମାଖି ଫୁଲ ଆଭା ଶୋଭା ଦର୍ଶନୀୟ କେଉଁ ବିହୀ ରଙ୍ଗେଇଲା କରି ଲୋଭନୀୟ I ରଙ୍ଗ ମହକ ଚମକ ଫୁଲର ଅନନ୍ୟ ଫୁଲ ବାସ ଛୁଟୁଥିଲେ ଫୁଲ ଅନୁପମ I ହେମନ୍ତ ଶିଶିର ଛୁଆଁ କରେ ଆନମନା  ବିନ୍ଦୁ ବିନ୍ଦୁ ଶିଶିରରେ ଭିଜେ ଫୁଲ ସିନା I କହିପାରେ ନାହିଁ ଫୁଲ ମୁହଁ ଖୋଲି କେବେ ଫୁଲ ନୀରବତା ଭାଷା ପ୍ରଜାପତି ବୁଝେ I ସେଥିପାଇଁ ପ୍ରଜାପତି ଥାଏ ଫୁଲ କତି  ଫୁଲ ବାସ ବାସନାରେ ବଳାଇ ତା` ମତି I ∎ ମୋ.9437478466