ନୁହେଁ କେ ଏକାପରି ଶିବ ପ୍ରସାଦ ସାହୁ ଜୁନ: ୨୦୨୪ Canonical: https://sishu.kabitawithoutborders.org/shishu/article_details-4de460f010.html ଗୋଟିଏ କଥା ଶୁଣରେ ପିଲେ ଗଛଟେ ଥିଲା ପୋଖରୀ କୂଳେ ଗଛମୂଳରେ ବେଙ୍ଗ ଗଛ ଉପରେ ରହଇ କାଉ ଦେଖାଇ କେତେ ରଙ୍ଗ । । ଗରବେ ବେଙ୍ଗ କହିଲା ଦିନେ କହିବି କଥା ରଖିଛି ମନେ କହିବୁ ମୋତେ କାଉ ପାଣି ଭିତରେ ମୋ ଭଳିଆ ବୁଡି ପାରିବୁ ତୁଉ । । ଫକର ଫକ ଭୂମି ଉପରେ ଡେଇଁ ପାରିବୁ ସତରେ କିରେ ଯାହାତ ମୁହିଁ ପାରେ ମୁଣ୍ଡ ହଲାଇ କହିଲା କାଉ ପାରିବି ନାହିଁ ମୁଁ, ରେ । । ଆହୁରି ବେଙ୍ଗ ଉଠିଲା ଫୁଲି ମୁହଁରେ ହସ ତା ଖିଲି ଖିଲି ଫୁଟାଇ କହେ ରହ କଅଣ ତୁହି କରିପାରିବୁ ମତେରେ ଟିକେ କହ । । ରାଗରେ ତାକୁ କହିଲା କାଉ ବିରକ୍ତ ମୋତେ କରନା ଆଉ ଆକାଶେ ମୁହିଁ ଉଡେ ମାନେନା ବର୍ଷା ଶୀତ ଓ ଖରା ରହେ ମୁଁ ଗଛ ନୀଡେ । । ଆସିଲେ ମାଡି ଶୀତ ଓ ଖରା ଦେଖା ମିଳେନା ତୋହର ପରା ଲୁଚୁ ପଥର କଡେ ମୋର ଆଗରେ କହୁଛୁ କିଆଁ କଥାତୁ ବେଶୀ ଭିଡେ । । ଶୁଣିଲା ଗଛ ଦୁହିଁଙ୍କ କଥା କହିଲା ତାର ହଲାଇ ମଥା କଥାଟି ମୋର ମାନ ବିଧାତା ପରା ଗଢିଦେଇଛି ଯାହାର ଯାହା କାମ । । ଦିନ କାଟୁଥା ମିଳି ଓ ମିଶି ଚଳୁଥା କରି ହସ ଓ ଖୁସିି କିଆଁ କରୁଛ କଳି ବିଶାଳ ଏହି ସଂସାରେ ପରା ନୁହେଁ କେ ଏକା ପରି । । ଦୁହେଁ ଯେ ଶୁଣି କଥା ଗଛର ଭୂଲ୍ ବୁଝିଲେ ନିଜେ ନିଜର କାଉକୁ କହେ ବେଙ୍ଗ ମନରେ ଆମେ ଗର୍ବ ନ ରଖି ହୋଇବା ଏବେ ସାଙ୍ଗ । । ∎ ଗୋପିନାଥପୁର ସାହି, ଚାନ୍ଦପୁର, ନୟାଗଡ଼ ମୋ – ୭୯୯୨୫୭୩୧୨୫