ସଂଖ୍ୟା ଗୀତ ପଣ୍ଡିତ ମଧୁସୂଦନ ମିଶ୍ର ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-4d2710a10e.html ଆସ ସଭିଏଁ ଏକାଠି ହୋଇ ଗାଇବା ସଂଖ୍ୟା ଗୀତ । କଳି ଝଗଡ଼ା କରିବା ନାହିଁ ବସିବା ଆମେ ମିତ ।। ଶୂନ ପରେଟି ପ୍ରଥମ ସଂଖ୍ୟା ଅଟଇ ଜାଣ ଏକ । ମାଆ ମାଟିକୁ ଭୁଲିବା ନାହିଁ ରଖିବା ତାଙ୍କ ଟେକ ।। ଏକ ପରେ ତ ଅଟଇ ଦୁଇ ତାପରେ ଅଟେ ତିନି । ଅଳପ ଲୁଣ ଦେହକୁ ହିତ ଧଳା ଜହର ଚିନି ।। ତିନି ପରେତ ଅଟଇ ଚାରି ତାପରେ ଆସେ ପାଞ୍ଚ । ଭଲ ମଣିଷ ମିଛ କହେନା ନିଏନା ଜମା ଲାଞ୍ଚ ।। ପାଞ୍ଚ ପରେତ ଆସଇ ଛଅ ତାପରେ ଆସେ ସାତ । ଫୁଲ ପରିକା ବାସିବା ଆମେ ଯେମିତି ପାରିଜାତ ।। ସାତ ପରେତ ଆଠ ଆସଇ ତାପରେ ଆସେ ନଅ । ନଅ ପରେତ ଆସଇ ଦଶ ସଂଖ୍ୟାର ଗୀତ ଗାଅ ।। ∎ କେନ୍ଦୁଝର