ରଖିବା ଦେଶର ଟେକ ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-4c70de1950.html ଜାଗରେ ଜାଗରେ ଶିଶୁ ଦୁନିଆଁ, ଆମରି ଦେଶର ରଖିବା ନାଆଁ । ଉଣେଇଶ ସହ ସତଚାଳିଶି, ଅଗଷ୍ଟ ପନ୍ଦର ଶୁଭ ଦିନଟି । ଏହି ଦିନ ଦେଶ ହେଲା ସ୍ଵାଧୀନ, ତ୍ରିରଙ୍ଗା ପତାକା ଉଡେ ସେ ଦିନ। ନାରଙ୍ଗୀ,ଧଳା ଓ ବର୍ଣ୍ଣ ସବୁଜ, ବୀରତ୍ଵ,ଶାନ୍ତି,ସମୃଦ୍ଧି ପ୍ରତୀକ । ଗାନ୍ଧୀ,ଗୋପବନ୍ଧୁ ତ୍ୟାଗ ଅନେକ ଆମରି ଦେଶର ରଖିଲେ ଟେକ ପିଲାବେଳୁ ତାଙ୍କ ଆଦର୍ଶ ପାଇ, କର୍ତ୍ତବ୍ୟ କରିବା ଶ୍ରମକୁ ଦେଇ । ସ୍ୱାଧୀନତା ପାଇଁ ସଦା ସୁରକ୍ଷା, ଆଗାମୀର ଆମେ ଶିଶୁ କଳିକା। ଆମରି ନୌକାର ଆମେ ନାବିକ, ଉନ୍ନତି ପଥର ହେବା ପଥିକ । ଆଜିଠାରୁ ଆମେ ନେବା ଶପଥ, ଆମରି ଦେଶର ରଖିବା ଟେକ । ∎ ଅବସର ପ୍ରାପ୍ତ ମଣ୍ଡଳ ସହ—ଶିକ୍ଷାଧିକାରୀ, ପୁରୀ ସଦର ବ୍ଲକ୍, ପୁରୀ, କୋଣାର୍କ