ନାନାବାୟା ଗୀତ (ତାଳ ଖରସା) ଧୀରେନ ମିଶ୍ର ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-4c1b77278f.html ତାଳ ଖରସା ବାଇଆ ବସା ବସା ଝୁଲୁଥିଲା ଡାଳେ ଆସିଲା ଖରା ତାତିଲା ଧରା ମୁଣ୍ଡ ବିନ୍ଧାଇଲା ଫାଳେ । ମୁଣ୍ଡରେ ବାନ୍ଧ ଠେକା ଖରା ପାଇଁକି ପାଣି ବୋତଲ, ପଖାଳ ଭାତ, ପାଚିଲା ବେଲ, ଦହିକୁ ଲୁଣଲଙ୍କା । ପିଇବ ପେଟେ ଶୋଇବ ଖଟେ ସରିବ ନାହିଁ ଟଙ୍କା । ଛତା ମୁଣ୍ଡାଇ ଚପଲ ନାଇ ବଜାର ଯିବା ଜାଣି, ଶେଯରୁ ଉଠି ବସିଲା କୁନି ଯିବ କଲମ ଆଣି । କଲମ ଧରି ପଢିବ ପାଠ ପାଠ ଦେଖାଏ ଅସଲ ବାଟ କିଏ ପଢିବ କୁହ ? ହାତକୁ ଟେକି ଜଣାଇଦିଅ ଯେତେକ ସୁନାପୁଅ । ∎ ଶୁଶୁଡା,ଅନୁଗୋଳ ମୋ – 7978087891