ନାଁଟି ମୋର ବହିରେ ପିଲେ କନ୍ଦର୍ପ ବେହେରା ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-4bbf395699.html ନାଁଟି ମୋର ବହିରେ ପିଲେ ନାଁଟି ମୋର ବହି, ତୁମ ପରିକା କୁନା କୁନିଙ୍କୁ ନେଉଛି ପରା ମୋହି ।। ନାଁଟି ମୋର ବହିରେ ପିଲେ ନାଁଟି ମୋର ବହି, ଅଜଣା କଥା ସାଇତି ରଖି ଦେଉଛି ପରା କହି ।। ନାଁଟି ମୋର ବହିରେ ପିଲେ ନାଁଟି ମୋର ବହି, ମୋହର ସାଥେ ମିଶିବ ଯିଏ ଏବେଠୁ ଦିଅ କହି ।। ନାଁଟି ମୋର ବହିରେ ପିଲେ ନାଁଟି ମୋର ବହି, ମୋତେ ନ ପାଇ କେବେ ବି ତୁମେ କିଛି ଜାଣିବ ନାହିଁ ।। ∎ କବି କୁଟୀର, ସା/ପୋ-ଡ଼ଇଁଚା ଭାୟା-ରେଢ଼ାଖୋଲ, ଜି-ସମ୍ବଲପୁର ପିନ-768106, ମୋ-7077579317