ହେଲି ସୁନାପିଲା ପ୍ରଶାନ୍ତ କୁମାର ଦାଶ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-4b25cc4c8d.html ଶୁଣିଲି ଵସି କୋଇଲି ଗୀତ ଭୁଲିଲି ସବୁ ଦୁଃଖ ଶୁଆ ସାଥୀରେ ଵସିଲି ମିତ ପାଇଲି କେତେ ସୁଖ ॥ ଗଛ ଛାଇରେ ପଢିଲି ପାଠ ବାଧିଲା ନାହଁ ଖରା ଗଛ ପାଖରେ ଥାଏ ପଵନ ଶୀତଳ ଛାଇ ଭରା ॥ ଵସିଲି ଯାଇ ଘୋଡାପିଠିରେ ପାଠ ପଢିଵା ଛାଡି ଧାଇଁଲା ଘୋଡା ଵହୁତ ଦୂର ସତେ ଯେମିତି ଗାଡି ॥ ତୋଳି ଆଣିକି ଗଛରୁ ଫୁଲ ଗୁନ୍ଥିଲି ଏକ ହାର ବିଭୁ ଗଳାରେ ଝୁଲାଇ ଦେଇ ଢାଳିଲି ଲୁହଧାର ॥ ପୋତିଲି ଗଛ ମାଟି ଛାତିରେ ଦେଇତା ମୂଳେ ଜଳ ଗଛ ବଢ଼ିଲା ବଡ ହୋଇଲା ଫଳିଲା ଡାଳେ ଫଳ ॥ ସକାଳ ହେଲା କଅଁଳ ଖରା ଆକାଶୁ ଗଲା ଖସି ଗଢ଼ିଲି ଏକ ସୁନ୍ଦର୍ ଘର ବାଲି ଧୂଳିରେ ବସି ॥ ଛୋଟରୁ ବଡ ହେଲିିତ ଦିନେ ସୁନାପିଲା ମୁଁ ହେଲି ରଖିଲି ଟେକ ଗରବ ଯଶ ଦୁଃଖ ଅଭାବ ଠେଲି ॥ ∎ କୁଞ୍ଜର -ସଙ୍ଗଳାଇ ପିପିଲି -ପୁରୀ ମୋବାଇଲ -୯୬୬୮୮୨୨୧୯୦