ମୋ ଗାଁ ଦିଲ୍ଲୀପ କୁମାର ସାହୁ ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-4aefea02cb.html ମୋ ଗାଁ ରେ ବଢି ଅଛି ଅଛିତ ମରୁଡି ବିଜୁଳି ର ଚମକ କୁ ଘଡଘଡି ରଡି ଗାଁ ମୋ ତା ପଣତରେ ଦିଏ ଝାଡିଝୁଡି ମୋ ଆଖିରୁ ଲୁହ ଯେବେ ପଡଇ ନିଗିଡି । କିଆ ଫୁଲ ବାସ କେବେ ନାଲି କଇଁ ହସ କମକୁଟା କାସତଣ୍ଡୀ ସେଫାଳି ପରଶ ଫଗୁଣ ପୂହ୍ନେଇ ରାତି ଭୋଦୁଅର ଜହ୍ନ ସବୁଜ କେଦାରେ ଭରା ଅସରା ସପନ ମନ ଊଣାକଲେ ଦିଏ ସିନେହ ଅଜାଡି । ବାଦ ବିବାଦ ବି ଅଛି ଅଛି ବି ବିଶାଦ କାନ୍ଧରେ ମିଶାଉ କାନ୍ଧ ପଡିଲେ ପ୍ରମାଦ ଭାଇ ବି ଭଗାରୀ ହୁଏ ଭଗାରୀ ବି ଭାଇ ସତେକି ଉଜାଣି ବହେ ଭାବନାବ ନଈ ଭଙ୍ଗାମନ ମମତା ରେ ହୋଇଯାଏ ଯୋଡି । ପାର୍ବଣ ରେ ଦୁଲୁକଇ ମୋ ଗାଁ ର ଛାତି କେତେ ମିଠା କେତେ ପିଠା ସ୍ନେହ ବଣ୍ଟାବଣ୍ଟି ପ୍ରବାସୀ ଆସନ୍ତି ଫେରି ଘର ଲାଗେ ନୂଆ ମିଳନର ଆଶାବରୀ କରଇ କିମିଆ ବୈକୁଣ୍ଠର ବାସ୍ନା ସତେ ପଡଇ ନିଗିଡି । ପୂଜାପାଠ ପାଦୁକରେ ଗଭୀର ବିଶ୍ୱାସ ଠାକୁରାଣୀ ଧଣ୍ଡା ପାଣି ମହିମା ଅଶେଷ ଘଣ୍ଟ ବାଜିଲେ ଏଠି ନଇଁଯାଏ ମଥା ସଞ୍ଜ ଆଳତୀରେ ଶୁଭେ ଶାନ୍ତି ର ବାରତା ଦୁନିଆ କୁ ଯୋଡିଦିଏ ସିନେହ ଦଉଡି । ∎ ମୋ:-7077206977