ପିଆଜ ଧ୍ରୁବ ଚରଣ ଘିବେଲା ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-4ac2d05d39.html ପିଆଜ ଚାଷ ଲାଭଜନକ ମାଟିରେ ଚାଷ ହୁଏ ମୂଳ ନୁହେଁ ସେ କାଣ୍ଡରେ ଗଣା ତା`ର ଆଦର ଥାଏ I ରୋଷେଇ ଘରେ ଡାଲା ଭିତରେ ପିଆଜ ଥାଏ ଥୁଆ ପଖାଳ ଭାତେ ଖା`ନ୍ତି ଉଷତେ କଟା ଗୋଟା ବଢ଼ିଆ I ଶୁଖିଲା ଭାତ ରୁଟି ସହିତ ଖାଆନ୍ତି କେ ପିଆଜ ଖାଇବା ପାଇଁ କାହାର ପୁଣି ପିଆଜରେ ମଉଜ I ସIଦା ଆଇଁଷ ବ୍ୟଞ୍ଜନ ପାଇଁ ଲୋଡ଼ା ପିଆଜ ବଟା ମସଲା ଯୋଗୁଁ ବ୍ୟଞ୍ଜନ ସ୍ୱାଦ ଲାଗେ ବଢ଼ିଆ ମିଠା I ମସଲା ମଧ୍ୟେ ପିଆଜ ଗଣା ମିଶେ ସେ ମସଲାରେ ମସଲା କଷା ତର୍କIରି ମିଠା ବଢ଼ିଆ ଖାଇବାରେ I ମୁଢ଼ିଖିଆର ମଜା ନିଆରା କଟା ପିଆଜ ସାଥେ ତେଲ ପିଆଜ ମିଶା ମୁଢ଼ିର ଭଜାର ମଜା ସେତେ I କାଟିଲା ବେଳେ ଗୋଟା ପିଆଜ ଆଖିରୁ ଝରେ ଲୁହ ତହିଁରେ ଥିବା ଅମ୍ଳ ପ୍ରଭାବେ ଆଖି ବି ପୋଡ଼େ ଜହଁ I ପିଆଜ ପାଇଁ ପ୍ରସିଦ୍ଧ ଆଜି ମହାରାଷ୍ଟ୍ର (ର ) ନାସିକ ଆମ ଏଇଠି ଚାଷ ବି ହୁଏ କେଉଁଠି ଉଣାଅଧିକ I ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466