ବିଲୁଆ ହେଉଛି ବାହା ଧନଞ୍ଜୟ ସ୍ୱାଇଁ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-4aa14ed84c.html ଟପର ଟପର ବରଷା ଝଡି ବିଜୁଳି ମାରଇ ଘଡିକି ଘଡି ଆସିଲାଣି ମେଘରଜା, ଦିଶୁନି କାହିଁ ଖରାର ତେଜ ବଜାରେ ବାଇଦ ବଜା(ଏକ) ଚବର ଚବର ବିଲରେ ପାଣି ମୂଷା ଅଳସୁଆ ବିଲେଇ କାଣି ବିଲୁଆ ହେଉଛି ବାହା, ଭାଳୁଆ ଦେଉଛି ପତର ଦନାରେ ବର ଯାତିରିଙ୍କୁ ଚାହା (ଦୁଇ) କଟର କଟର କଟର କେଁ ବେଙ୍ଗ ଓ ବେଙ୍ଗୁଲି ନାଚିଲେଦୁହେଁ ବରଷାରେ ଭିଜି ଭିଜି, ଝଡି ପୋକ ସବୁ ଖାଇଲେ ଅଧେ ଅଧେ ରଖିଲେ ଭାଜି (ତିନି) ପଚର ପଚର ପାଣି କାଦୁଅ ଦିଶୁନି ଜମାରୁ ମୁହଁକୁ ମୁହଁ ଭିଜିଲା ପିଠି ଓ ଦେହ, ଛତାକୁ ଦେଖି ପଖିଆ କୁହେ ତୁ ଟା ମୋପରି ନୁହଁ (ଚାରି) ଝିପିରି ଝିପିରି ଝରିଲା ମେଘ ଗରମ ମୁଢ଼ି଼କୁ ମରିଚ ରାଗ ନଈରେ ନୂଆ ପାଣି, ହିଡ଼ ତଳେ ଚାଲେ ସାଧବ ବୋହୂଟି ମଥାରେ ଓଢଣା ଟାଣି (ପାଞ୍ଚ) ଚିତିରି ମିତିରି ପରଜାପତି ଧରା ଦିଏ ନାହିଁ ଗଲେ ତା କତି ପିଜୁଳି ଓ କରମଙ୍ଗା, ମନ ଭରି ପିଲେ ଖାଇଲେ ଭସେଇ ଖୁସିରେ କାଗଜଡ଼ଙ୍ଗା(ଛଅ) ∎ ମୋ-9437000636.