ମୋ ଜୀବନ ପ୍ରିୟ ଧନ ଅଶୋକ କୁମାର ପ୍ରଧାନ ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-4a58394695.html କେମିତି ରେ ଫୁଲ କେବେ ବି ତୋ ମନେ ନଥାଏ ଟିକିଏ ଦୁଃଖ କି ଖରା ବରଷା ଶୀତ କାକରରେ ସଦା ହସ ତୋର ମୁଖ। ଥିରି ପବନରେ ଦୋହଲି ଦୋହଲି ଢାଳି ଦେଉ ତୁ ତୋ ବାସ ଚହଟାଇ ଦେଉ ଏ ସାରା ବଗିଚା ମୋର ପଢାଘର ପାଶ। ଝରକା ଫାଙ୍କରେ ପାଠ ପଢୁ ପଢୁ ତୋତେ ଦେଲେ ଟିକେ ଚାହିଁ ମୋ ଟିକି ମନଟି କହୁଥାଏ ଖାଲି ଯାଆନ୍ତି ତୋ ପାଖେ ଧାଇଁ। ହେଲେ ବାପା ବୋଉ ଆକଟ କୁ ମାନି ଯାଇ ପାରେନି ତୋ ପାଖେ କାହିଁକି କେଜାଣି ତୋ ସୁନ୍ଦର ଗୁଣ ମୋତେ ତୋ ପାଖକୁ ଡାକେ। ପାଠ ପଢୁପଢୁ ତୋ କଥା ମୁଁ କେତେ ନିତି ଭାବି ଯାଏ ଭୂଲି କହି ଦେ ତୁ ଥରେ ତୋ ଖୁସି କଥାଟି ପବନରେ ଟିକେ ଝୁଲି। ହସି ହସି ମୋତେ କହିଲା ସେ ଧିରେ ଶୁଣ ଆହେ ସାନ ବାବୁ ମୋ କଥାକୁ ନେଇ ଏତେ କଥା ତୁମେ ମିଛେ କାହିଁ ପାଇଁ ଭାବୁ? ପର ଉପକାର କରିବାକୁ ପରା କହିଛନ୍ତି ମୋତେ ବିଭୁ ସବୁରି ମଙ୍ଗଳ କରିବାକୁ ତୁ ନିତି ନିତି ଫୁଟୁଥିବୁ। ତାଙ୍କ କଥା ମାନି ସବୁବେଳେ ସିନା ବିତରେ ମୁଁ ନିତି ବାସ ଉପକାର ଛଡା ଜୀବନରେ ମୋର ନାହିଁ ଆଉ କିଛି ଆଶ। ତୁମେ ବି ମୋ ପରି ଏଇ ଜୀବନରେ ନିତି ଆନ ସେବା କର ସାରା ଜଗତକୁ ତୁମରି ସେବାରେ କରିଦିଅ ଗୋଟେ ଘର। ହଁ ଟିଏ ମାରି ମୋ ପଢା ବହିରେ ଥୋଇଲି ପୁଣି ମୋ ମନ ହେଲେ ମୁଁ ଖୁସିରେ କହିଲି, ତୁ ଫୁଲ! ମୋ ଜୀବନ ପ୍ରିୟ ଧନ। ∎ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ , ରୋହିଗାଁ, ପୋଷ୍ଟ -ନଳିହାଡ ଭାୟା -ବାଲିପଡା ପିନ୍ କୋଡ -୭୬୧୦୫୪ (ଗଞ୍ଜାମ) , ମୋ-୮୨୪୯୧୧୯୧୩୦