ଭାଗବତ କୈଳାସ ଚନ୍ଦ୍ର ଧଳ ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-4a5613d3e2.html ଭାବରେ ଭଜିବ ଭଜନ ଭକ୍ତିରେ ହୋଇବ ମଗନ ଭରସା କରିବ ଈଶ୍ୱର ଭଣିବ ତାଙ୍କରି ପୟର | ଗରବ ଗଞ୍ଜନ ଶ୍ରୀହରି ଗରବ ନାଶନ୍ତି ସବୁରି ଜ୍ଞାନର ମୂଳ ଏ ଜଗତ ଜ୍ଞାନଟି ଫେଡ଼ଇ ଆରତ | ବଦନ ବସନ ବାସନା ବର୍ଜନ ବିଳାସ କାମନା ବୈରାଗ୍ୟପଣ ଆଶ୍ରା କରି ବରିବ ନିଶ୍ଚେ ନରହରି | ତର୍କରେ ରଖିବ ଧିଆନ ତର୍କରେ ନାହିଁ ବଡ଼ ସାନ ତରିବ ତର୍କ ଟାଣକରି ତର୍କରେ ଟଳନ୍ତି ବଇରୀ | ଭକ୍ତି ଜ୍ଞାନ ବୈରାଗ୍ୟ ତର୍କ ଭାଗବତେ ଯେ ଚାରି ସତ୍ୟ ସେ ସତ୍ୟ ରସର କ୍ଷରଣ ସଂସାରେ କ୍ଷରୁ ନିତିଦିନ | ∎ କନ୍ଧମାଳ 8895119944