ଶିଶୁର ଓଠରେ ଧ୍ରୁବ ଚରଣ ଘିବେଲା ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-49f0d3a918.html ଶିଶୁର ଓଠରେ ହସ ଚମକିଲେ ମାଆ ମୁହେଁ ଭରେ ଖୁସି ମାଆର ଓଠରୁ ଡେଇଁ ସେଇ ହସ  ଶିଶୁ ଓଠେ ଯାଏ ଲାଖି I ଶିଶୁ ମୁହେଁ ହସ ଭଉଁରୀ ଖେଳିଲେ ମାଆ ମନ ଯାଏ ପୁରି ମାଆରଆଖିରେ କେତେଯେଖୁସିରେ ଲୋତକ ଯାଏଟି ଭରି । ଶିଶୁ ସୁନା ମୁହଁ ଉଦିଆଁ ଚାନ୍ଦ ସେ ଉଏଁ ମାଆ ମନ ଆକାଶେ ସେ ଚାନ୍ଦ ଉକିଆ ଫରଚା ବଢ଼ିଆ ; ମାଆର ମନ ଝଲସେ । ଶିଶୁର ଓଠରେ ମାଆ ମୁହଁ ଭାଷା ଧିରେ ଧିରେ ଯାଏ ଫୁଟି ଶିଶୁର ଓଠରୁ ଶବଦ ଆକାରେ ଶବ୍ଦ ଫୁଲ ପଡ଼େ ଫିଟି I ଶିଶୁ ମୁହଁ ଭାଷା ମାଆ ଭାଷା ଭଳି ଆସ୍ତେକି ଆସେ ଉତୁରି ମାଆ ମୁହଁ ଭାଷା ଶିଶୁ ମାତୃଭାଷା ଶିଶୁ ନିଏ ଆପେ ଆଦରି I ଶିଶୁର ଓଠରେ ମାଆ ମୁହଁ ଚୁମା ଛୁଆଁ ଆଣେ ଶିହରଣ ଶିଶୁ ହସି ଦିଏ ଛୁଆଁ ଆବେଗରେ ଖୁସି ଭରେ ମାଆ ମନ I ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466