ଆମେ ଭାରତ ଶିଶୁ ନିରଞ୍ଜନ ସାହୁ ଅଗଷ୍ଟ: ୨୦୨୬ Canonical: https://sishu.kabitawithoutborders.org/shishu/article_details-49d6d7fe5b.html ଏଇ ମୋ ଦେଶ ଭାରତ ବୁଦ୍ଧ ଗାନ୍ଧୀଙ୍କ ଦେଶ ସତ୍ୟ ଶାନ୍ତି ଅହିଂସା ନୀତି ଆମର ଆଦରଶ । ସତ୍ୟ ପଥ ରେ ଚାଲିବା ଆମେ ଦୂରେଇ ହିଂସା ବାଦ ପିତାମାତା ଙ୍କ ପଦେ ନମିବା ଲୋଡ଼ିବା ଆଶୀର୍ବାଦ । ତାଙ୍କରି ଆଜ୍ଞା ପାଳନେ ସଦା ହୋଇବା ତତପର ପଡୋଶୀ ଙ୍କର ହୋଇବା ସାହା ପଡ଼ିଲେ ଦୁଃଖ ଘୋର । ଘୋର ବିପଦ ପଡ଼ିବ ଯେବେ କରିବା ମନ ଟାଣ ଧୈର୍ଯ୍ୟର ସହ ଚାଲିବା ବାଟ ଥୟରେ ରଖି ମନ । ମନ ଭାବନା ମହତ ହେଲେ କର୍ମର ହେବ ଜୟ ଗୋଟିଏ ଗଛ ପୋତିକି ଦେଖ ଘେନିବ ବରାଭୟ। ବାଡି ବଗିଚା ଦିଶେ ସୁନ୍ଦର ଥିଲେ ଗଛଙ୍କ ମେଳ ଅଙ୍ଗାରକାମ୍ଳ ବିଷ ହରଇ ସୁଲଭ ଫୁଲଫଳ। ଭାବନା ଆଉ ରଚନା ମଧ୍ୟେ ରହିଲେ ତାଳମେଳ ଭାରତ ନାମ ଟେକ ରହିବ ମିଳିବ ପୁଣ୍ୟଫଳ । ପୁଣ୍ୟଭୂମି ମୋ ଭାରତବର୍ଷ ମୁନିଋଷୀଙ୍କ ଦେଶ ବିଶ୍ଵଶାନ୍ତି ର ବାଟ ଦେଖାଏ ନଥାଏ ହିଂସା ଲେଶ । ବିଶ୍ୱବିଜୟ ବାନା ଉଡ଼ାଇ ଥିଲେ ବିବେକାନନ୍ଦ। ବୁଲି କହିଲେ ସାରା ବିଶ୍ୱରେ ଶ୍ରେଷ୍ଠ ମାନବବାଦ। ବିବେକ ମୂଳ କରିବା ଯେବେ କର୍ମର ହେବ ଜୟ ତାଙ୍କ ଆଦର୍ଶ ମାନି ଚାଲିଲେ ନଥିବ ଯୁଦ୍ଧ ଭୟ। ଆମେରେ ସବୁ ଭାରତ ଶିଶୁ ଏଇ ମୋ ପ୍ରିୟ ଦେଶ କରି ଚାଲିବା କରମ ଯେତେ ବଢିବ ନାଆଁ ଯଶ। ∎ ନଦୁଆଁ,କେନ୍ଦୁଝର। ମୋ-୮୯୧୭୩୭୩୧୨୮