କୁନା ପାଶେ ଆଜି ଆସିଚି ଶୀତ ଡକ୍ଟର ଲିଙ୍ଗରାଜ ରଥ ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-49c1f31f6b.html କୁନା ପାଶେ ଆଜି ଆସିଚିଶୀତ କୁନା ସାଥେ ସିଏ ବସିଚି ମିତ ରେଜେଇ ଭିତରେ ଉଷୁମ ଟାଣି ଶୀତ କଥା କୁନା ଭାବୁଚି ପୁଣି ତା କାନେ ବାଜୁଚି ଶୀତର ଗୀତ ତା ଦେହେ ଲାଗୁଚି ଶୀତର ହାତ ମାଆଡାକ ଦେଲେ ଆରେ କୁନା ଶୀତରେ ଅଳସ ହୁଅନାହିଁ ଜମା ବରଷକେଥରେ ଆସିଚି ଶୀତ ମନରେମନାସୀ ସଭିଙ୍କ ହିତ। ଟଙ୍କପାଣି ରୋଡ, ଭୁବନେଶ୍ୱର ମୋ-୯୪୩୭୦୧୪୨୪୪