ଶୀତ ଆସିଅଛି ନୂଆ ବର୍ଷ ଧରି ଲକ୍ଷ୍ମୀଧର ନାୟକ ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-49784f2ef3.html ଶୀତ ଆସିଅଛି ନୂଆ ବର୍ଷ ଧରି କରିବା ସଭିଏଁ ମଜା, ନୂଆ ବର୍ଷ ସାଥେ ଶୀତ ଅଛି ବୋଲି ବଣଭୋଜି ହୁଏ ଖୋଜା । ଏଇ ଦୁହିଁଙ୍କର ଅପୂର୍ବ ମିଳନ ବିଭୁଙ୍କର ବରଦାନ, ସେଥିପାଇଁ ସିନା ହସି ଖୁସି କଟେ ସଭିଙ୍କର ଦିନମାନ । ସାଙ୍ଗ ସାଥି ମେଳେ ନୂଆ ସ୍ଥାନ ବୁଲା ମନ ପ୍ରଫୁଲ୍ଲିତ କରେ, ନୂଆ ଆଶା ସଞ୍ଚି ପୁଣି ବର୍ଷେ ପାଇଁ ମନେ ନୂଆ କର ଭରେ । ଶୀତ ପାଇଁ ସିନା ନୂଆ ବର୍ଷ ମଜା ନୂଆ ବର୍ଷ ପାଇଁ ଶୀତ, ସେଥିପାଇଁ ଦେଖ ଆସନ୍ତି ମିଶିକି ଦୁହେଁ ଆଜୀବନ ମିତ । ମିତ ହୋଇ ଦୁହେଁ କରିଥାନ୍ତି ମିଶି ସମାଜ ପାଇଁକି ହିତ, ଖୁସିରେ ସ୍ବାଗତ କରିବା ସଭିଏଁ ଗାଇକି ମଧୁର ଗୀତ । ∎ ବାଉଁଶିଆପଡା, ନୟାଗଡ଼ ୮୨୭୦୩୭୨୪୯୮