ଦିନେ ଆମ କାମ ପାଇଁ କନ୍ଦର୍ପ ବେହେରା ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-48e33b3d67.html ଯେତେ କୁନାକୁନି ଯେତେ ଟୁଆଁ ଟୁଇଁ କହିବା ମଧୁର କଥା ଖେଳିବା ଆସରେ ମିଳିମିଶି ସଭେଁ ଭୁଲିବା ହୃଦୟ ବ୍ୟଥା l ମିଛ କହିବାନି ସତ କହୁଥିବା ଡରିବାନି କେଭେଁ ଭାଇ ଗରିବକୁ ମୁଠେ ଦାନା ଦେବା ପାଇଁ ଯିବାରେ ଆମେ ଆଗେଇ ll ଦେଶ ହିତ ପାଇଁ କାମ କରିଯିବା ହାତକୁ ହାତ ମିଳାଇ ସଭିଏଁ ଝୁରିବେ ରହିବେନି କେହି ଦିନେ ଆମ କାମ ପାଇଁ ll କବିକୁଟୀର ∎ ଡ଼ଇଁଚା, ରେଢ଼ାଖୋଲ, ସମ୍ବଲପୁର 9438150631