ନଈ ଆରପଟେ ଡକ୍ଟର ଅରୁଣ କୁମାର ପଣ୍ଡା ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-48bfae82c8.html ନଈ ଆରପଟେ ଚାକୁଣ୍ଡା ଗଛ ଛାଇ ତଳେ ଜଳେ ଖେଳଇ ମାଛ ସୁଲୁସୁଲୁ ବହେ ବାଆ ନଈ ପାରି ବେଳେ ବାଟୋଇଭାଇରେ ଘଡ଼ିଏ ବସିକି ଆ । ଟପ୍ ଟାପ୍ ପଡ଼େ ଚାକୁଣ୍ଡା ଫଳ ଗାଈ ଖାଉଥାନ୍ତି ଗଡ଼ାଇ ଲାଳ ପାକୁଳି କରନ୍ତି ଶୋଇ ସୂରୁଜ ଉଠିଲେ ମୁଣ୍ଡ ଉପରକୁ ବାଟୋଇ ମାରଇ ହାଇ । ପିଲାଏ ଖେଳନ୍ତି ଡାଳମାଙ୍କୁଡି ଦୋକାନୀ ବସିକି ବିକେ କାକୁଡ଼ି ନିଅ! ନିଅ ! ବୋଲି ଡାକେ ଖାଇବା ପାଇଁକି ଇସୁକୁଲ ପିଲା ଅନାନ୍ତି ଝରକା ଫାଙ୍କେ । କା`ର ନ ସରଇ ପତର ଗୋଟା ଆଙ୍କୁଡିରେ ଝିଙ୍କି ଭାଙ୍ଗେ କେ ଝଟା ରଜେ ଝୁଲୁଥାଏ ଦୋଳି ଗାଆଁ ଝିଅମାନେ ଗାଉଥାନ୍ତି ଗୀତ ପିଲାଏ ମାରନ୍ତି ତାଳି। ∎ ଗ୍ରା/ପୋ -ତୋଟାପଡା ଭାୟା -ଘଣ୍ଟେଶ୍ଵର ଜିଲ୍ଲା -ଭଦ୍ରକ-୭୫୬୧୨୯ ମୋ -୯୯୩୭୬୭୨୭୦୮