ପ୍ରାର୍ଥନା ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-47cabe1cfe.html ଜୟ ବିଶ୍ୱପତି ଘେନ ପ୍ରଣତି ହେ, ତବ ପୟରେ ଏତିକି ମିନତି ହେ। ହେଉ କରୁଣା ଆଶ୍ରିତ ସଦା ମୋରେ ଜୟ ଦେବ ହରେ ଜଗଦୀଶନ ହରେ। ** ** ** ** ** ଜୟ ବିଶ୍ଵର ଶାନ୍ତି ନିକେତନ ହେ, ଭବ ପାପ,ତାପ,ଦୁଃଖ ଖଣ୍ଡନ ହେ। ଦୁଃଖ,ପାପ ନ ଦିଅ ମୋ ପ୍ର।ଣପୁରେ ଜୟ ଦେବ ହରେ ଜଗଦୀଶ ହରେ। ** ** ** ** ** ଜୟ ଅନ୍ତର୍ଯ୍ୟାମୀ ପରମେଶ୍ବର ହେ, ଜୟ ଭକତ ଜନ ସହୋଦର ହେ । ଦିଅ ଗୁରୁଜନେ ଭକ୍ତି ନିରନ୍ତରେ, ଜୟ ଦେବ ହରେ ଜଗଦୀଶ ହରେ। ** ** ** ** ** ଜୟ କୃପାମୟ ପଦ୍ମଲୋଚନ ହେ , ନିରାଶ୍ରୟ ହୋଇ ପଶେ ଶରଣ ହେ। ଭସିଯାଉ ଏ ମନ ଭୃଙ୍ଗ ତୋଷରେ, ଜୟ ଦେବ ହରେ ଜଗଦୀଶ ହରେ। ∎ (ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ) ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ,ପୁରୀ ସଦର ବ୍ଲକ୍,ପୁରୀ,କୋଣାର୍କ