ଜଳ ହିଁ ଜୀବନ ଦୀନବନ୍ଧୁ ପୋଇ ଜୁନ : ୨୦୨୬ Canonical: https://sishu.kabitawithoutborders.org/shishu/article_details-47428eabbe.html ଜଳ ହିଁ ଜୀବନ ମୃତ୍ୟୁର କାରଣ ତା ବିନା କିଏ ବା ବଞ୍ଚିବ ଭୂଗର୍ଭରେ ଅଛି ବୃକ୍ଷଟି ଜାଣିଛି ଶୋଷିଲେ ତା ଦୁଃଖ ଘୁଞ୍ଚିବ ॥ ଶୋଷିକି ଧରାରୁ ଟାଣିକି ପୃଷ୍ଠରୁ ଛାଡି ଦିଏ କିଛି ଆକାଶ ଘନୀଭୁତ ହୋଇ ଆକାଶୁ ବର୍ଷଇ ତା ପାଇଁ ହୁଅଇ ବିକାଶ ॥ ବୃକ୍ଷଟି କରଇ ଉପକାର ସିନା ବୁଝି ପାରୁନି ଏ ମଣିଷ ବାୟୁ ଅମ୍ଳଜାନ ପୁଣି ଜଳଦାନ କରୁଥାଏ ସାରା ବରଷ ॥ ରୋଗ କରେ ଦୂର ଖୁସି ହୁଏ ନର ପରିଷ୍କାର କରେ ଶରୀର ସ୍ନାନ ଶୌଚ଼ ପାଇଁ ଅତି ଦରକାରୀ ନିଇତି ହୁଅଇ ଆମର I ଜଳଗ୍ରହ ଆମ ପୃଥିବୀ ଅଟଇ ତାପାଇଁ ଏ ଜୀବ ଜଗତ ଜଳ ଅପଚ଼ୟ ନ କରିବା ପାଇଁ କରିବା ସଭିଏଁ ଶପଥ । ∎ ଗୋରଡ଼ା ପାଳ , କରମୁଳ, ମହିମାଗାଦି ଢେଙ୍କାନାଳ , ଦୂରଭାଷ - ୯୯୩୮୮୦୨୪୧୨