ପାଷାଣ ବି କହେ କଥା ଧ୍ରୁବ ଚରଣ ଘିବେଲା ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-448effc32f.html କାହିଁ କେଉଁ କାଳୁ ରହିଛି ସେଇଠି  ସୌନ୍ଦର୍ଯ୍ୟ ପସରା ବାଢ଼ି  ପାଷାଣ ଦେହରେ ଅଙ୍କା ଯାଇଅଛି  କଳାକୃତି ଧାଡ଼ି ଧାଡ଼ି I ପାଷାଣର ଗୁମ୍ଫା ଅତି ସ୍ୱଚ୍ଛ ସଫା  ସୁନ୍ଦର ସୁଷମI ଭରା  ଘେରି ରହିଅଛି କେତେ ଗଛଲତା  ସବୁଜିମା ହରା ଭରା I  ଥାକ ଥାକ ହୋଇ କେତେ ଥାକ ଥାଇ  ଗୁମ୍ଫା ଠାରେ(ଡାକେ)ଦର୍ଶକଙ୍କୁ  ଦେଖିଯାଅ ବାରେ ମୋ` ରୂପ ସୁଷମା  ଆସି ମୋଅରି କତିକୁ I  ପାଷାଣ ଦେହରେ ନିହାଣ ମୁନରେ  ଗଢ଼ା କେତେ ହାତୀ ବାଘ ସମୟ ସୁଅରେ କ୍ଷୟ ହୋଇ ଧିରେ  ନାହିଁ କା`ର ମୁଣ୍ଡ ଗୋଡ଼ I  ଉପରେ ରହିଛି ଶୈବ କୃତି କୀର୍ତ୍ତି  ଭଗ୍ନପ୍ରାୟ ଶିବାଳୟ  ଗୁମ୍ଫା ଯେତେ ଅଛି ଶୂନ୍ୟ ରହିଅଛି  ସକଳ ଗୁମ୍ଫା ଆଳୟ I  ଦିନ ବେଳ ଯାକ ଦର୍ଶକ ଗହଣେ  ଏଲୋରା ଲାଗେ ଗୋଲାପି  ଦିନ କୋଳାହଳ ସଞ୍ଜ ହେଲେ ହଜେ  ଏଲୋରା ଉଠେ ବିଳପି I ରହିଛି ରହିବ ବରଷ ବରଷ  ପାଷାଣ ବି କହେ କଥା  ପାଷାଣ ହେଲେ ବି କହେ ସେ ଏଲୋରା ଅନ୍ତର ବେଦନା ଗାଥା I  ∎ (ଗତ ତା ୯-୦୮-୨୬ରିଖରେ ମହାରାଷ୍ଟ୍ର ସମ୍ଭାଜୀ ନଗର ବା ଔରଙ୍ଗାବାଦସ୍ଥିତ ଏଲୋରା ଦର୍ଶନ କରିବା ପରେ ) ବଉଦରାଜ -762014, ଜି. ବୌଦ୍ଧ  ମୋ. 9437478466