ମେଘ ବଜାଏ ଡମ୍ବରୁ ଧ୍ରୁବ ଚରଣ ଘିବେଲା ଜୁଲାଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-43c747c56f.html ଏଇ ଦେଖୁ ଦେଖୁ ଫେରିଗଲା ଜ୍ୟେଷ୍ଠ ରହିଲାନି ଖରା ତାଉ ଜ୍ୟେଷ୍ଠ ଗଲା ପରେ ଆସିଛି ଆଷାଢ଼ ବଢ଼ାଇ ବର୍ଷାର ଭାଉ I ଆକାଶେ ଭାସୁଛି  କେତେ ମେଘମାଳା ତିଆରିକି ସେଠି ଘର ମେଘ ଭସାଘର ସୁନ୍ଦର ସୁଦୃଶ୍ୟ  ନଅର ମେଘରାଣୀର I ମେଘ ଦିଶିଲାଣି  ଜ୍ୟେଷ୍ଠ ମାସଠାରୁ  ଡମ୍ବରୁ ବଜାଏ ମେଘ  ଆକାଶରୁ ଆସି ଦୁଲୁକାଏ ଧରା  ଘଡ଼ଘଡ଼ି ଶୁଭି ଆଗ I ଆଗ ଘଡ଼ଘଡ଼ି ପଛକୁ ବିଜୁଳି ଚମକ ଖେଳେ ନଭରେ ଆକାଶଠୁ ମାଟି ସବୁଠି ତା` ବ୍ୟାପ୍ତି ଛନକା ପଶେ ଛାତିରେ I ମେଘର ଡମ୍ବରୁ ବାଜେ ଆକାଶରୁ  ହରଷେ ମାଟିକୁ ଛୁଏଁ  ଡମ୍ବରୁ ଶବଦ ଡେଙ୍ଗୁରା ବୁଲାଇ  ମେଘର ବାରତା ଦିଏ I ମେଘ ଡମ୍ବରୁର ସଠିକ ବାରତା ପାଇ ଚାଷୀ ହୁଏ ଖୁସି ଘଡ଼ଘଡ଼ି ସାଥେ ବିଜୁଳି ପ୍ରକଟେ ବରଷା ଯାଏ ବରଷି I ∎ ବଉଦରାଜ -762014, ଜି. ବୌଦ୍ଧ ମୋ.9437478466