ଏକାମ୍ରର ରୁକୁଣା ରଥଯାତ୍ରା ଶ୍ରୀଯୁକ୍ତ ରଘୁନନ୍ଦନ ମହାପାତ୍ର ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-4379ccc635.html ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହାପ୍ରଭୁ ଲିଙ୍ଗରାଜଙ୍କର ଏକାମ୍ରରେ ପାଳନ କରାଯାଏ ରୁକୁଣା ରଥଯାତ୍ରା। ଏହିଦିନ ମହାପ୍ରଭୁ ଲିଙ୍ଗରାଜ ମହାପ୍ରଭୁ ବାସୁଦେବ ଦେବୀ ରୁକୁଣା ରଥରେ ବିଜେ ହୋଇ ବଡ଼ଦାଣ୍ଡରେ ଭଗବାନ ଶ୍ରୀରାମଙ୍କର ପ୍ରତିଷ୍ଠିତ ମନ୍ଦିର ରାମେଶ୍ବର ପୀଠକୁ ଯାତ୍ରା କରିଥାନ୍ତି। ଏହି ଯାତ୍ରାକୁ ରୁକୁଣା ରଥଯାତ୍ରା କୁହାଯାଏ। ଭଗବାନ ଶ୍ରୀରାମଚନ୍ଦ୍ର ଏକାମ୍ର କ୍ଷେତ୍ରକୁ ଆସି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରି ନିବେଦନ କରିଥିଲେ ଯେ, ଶିଵ ଶଙ୍କର ବର୍ଷକରେ ରାମେଶ୍ବର ପୀଠ କୁ ଯାତ୍ରା କରି ଆସିବେ। ଭଗବାନ ଲିଙ୍ଗରାଜ ମହାପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କର ବଚନ ରଖି ଏହି ଯାତ୍ରା କରିଥାନ୍ତି। ସେହି ଉପଲକ୍ଷେ ଏହି ରଥଯାତ୍ରା ପାଳିତ ହୋଇଆସୁଛି। ଅଶୋକାଷ୍ଟମୀ ରଥଯାତ୍ରା ପାଞ୍ଚଦିନ ଧରି ପାଳିତ ହୋଇଥାଏ। ଶେଷ ଦିନରେ ଭଗବାନ ଲିଙ୍ଗରାଜ ମହାପ୍ରଭୁ ରୁକୁଣା ରଥରେ ବାହୁଡା଼ ଯାତ୍ରା କରି ମନ୍ଦିର କୁ ଫେରି ଆସିଥାନ୍ତି। ରୀତିନୀତି ମତେ ଲିଙ୍ଗରାଜ ମହାପ୍ରଭୁ ବାସୁଦେବ ଦେବୀ ରୁକୁଣା ମନ୍ଦିର କୁ ବିଜେ କରନ୍ତି। ଅତୀତ କାଳରୁ ରୁକୁଣା ରଥଯାତ୍ରା ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ପାଳିତ ହୋଇଆସୁଛି।