ପୂଜା ନୀଳମଣି ଚାନ୍ଦ ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-42338ee711.html ପୂଜାଟି ଆସଇ ଶରତ ଆସିଲେ ବରଷା ଗଲେରେ ଧରାରୁ ଫେରି ପଠାରେ ଫୁଟିଲେ କାଶତଣ୍ଡୀ ଫୁଲ ସିଏ ଆସିବାରେ ହୁଏନି ଡେରି ଅଭ୍ର ପରି ଦିଶେ ନଈର ଜଳ ଶୁଖି ଯାଇଥାଏ ଦାଣ୍ଡ ବାଟଘାଟ ଆକାଶ ଦିଶଇ କି ନିରିମଳ । ସଜ୍ଜାସଜ୍ଜି ହୋଇ ମେଢ଼ ,ତୋରଣ ଯେ ଦିଶୁଥାଏ ଆହା କି ଝଲମଲ ଲାଗଇ ଆହୁରି ମନମତାଣିଆ ଉଡ଼ି ଯାଉଥିଲେ ବଗର ପଲ ପାଚି ଆସୁଥାଏ ଶାରଦ ଧାନ ପାରବଣ ମଜାମଉଜ ଭିତରେ ଖୁସି ହେଉଥାନ୍ତି ବଡରୁ ସାନ । ସିଂହବାହନରେ ଆସିଥାନ୍ତି ପରା ଦେବୀ ଦଶଭୁଜା ମାଆଟି ଆମ ଦଶ`ରା ହୁଅଇ ସରସ ସୁନ୍ଦର ସବୁଠି ଚରଚ୍ଚା ପୂଜାର ନାମ ଶିବାନୀ ମହିଷାମର୍ଦ୍ଦିନୀ ମାଆ ` ଅନୀତି ଉପରେ ନୀତିର ବିଜୟ` ଶିଖିବା ପୂଜାରୁ ଏକଥା ଆହା । ∎ ୨୭,ମନ୍ତ୍ର ମାନୋର,ଗୋଠପାଟଣା ଭୁବନେଶ୍ୱର--୨୯,ମୋ:୯୫୮୩୨୦୨୩୫୭