ହେ ନୂଆଵରଷ ପ୍ରଶାନ୍ତ କୁମାର ଦାଶ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-41cdaa45fb.html ଆସିଥିଲା ଫେରିଗଲା ଦୁନିଆରୁ ପୁରୁଣା ଵରଷ ଆଜି ହେ ନୂଆଵରଷ ସୁଖ ଘେନିଆସ ଉପକାରୀ ମିତ ସାଜି || ରାତି ପାହୁ ପାହୁ ହସି ଢାଳିଦେଉ ସୂରୁଜ କଅଁଳ ଖରା କେତେ ଫୁଲ ଫଳ ସବୁଜ ପତର ଗଚ୍ଛେ ହେଇଯାଉ ଭରା || ପିଲାଙ୍କ ମନରେ ଭରୁ ନୂଆଆଶା ପୂରିଉଠୁ ହସ ଖୁସୀ ଦୁଃଖରେ ଲୁହରେ ନଶୁଖୁ କାମୁହଁ କିଏ ସେ ନଯାଉ ରୁଷି || ଝୁଲି ଝୁଲି ବୁଲି ଖେଳି ନାଚି ଗାଇ ପିଲାଏ କାଟିବେ ବେଳ ଗୁହାରି କରିବେ ଜଗତସାଇଁଙ୍କୁ ହେଇ ସାଙ୍ଗ ସାଥୀ ମେଳ || ପିଲାଏ କରିବେ ନୂଆବରଷରେ ମିଳିମିଶି ବଣଭୋଜି ଖେଳି ଗଛେ ଦୋଳି ଖାଇବେତ କୋଳି କୁନା ମୁନା ଝୁନା ରୋଜି || ସରସ ସୁନ୍ଦର ପିଲାଙ୍କ ଜୀଵନ କୁସୁମ ମହକି ଯାଉ ରାଗ ରୋଷ କଳି ମାନ ଅଭିମାନ ପାଖରେ ନରହୁ ଆଉ || ହେ ନୂଆଵରଷ ଆଣିକି ହରଷ ଆମ ଦୁନିଆକୁ ଆସ ହେଉ ସୁନା କ୍ଷେତେ ଚାଷୀ ହାତଲାଗି ସୁନାର ଫସଲ ଚାଷ || ∎ କୁଞ୍ଜର -ସଙ୍ଗଳାଇ ପିପିଲି -ପୁରୀ ମୋବାଇଲ -୯୬୬୮୮୨୨୧୯୦