ଆଗ ଭଳି ଆଉ ଆସୁନାହିଁ ଚିଠି ଧ୍ରୁବ ଚରଣ ଘିବେଲା ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-408befe22a.html ଚିଠିର ମହକ ଚିଠିର ଚମକ ଯେମିତି ନାହିଁଟି ଆଉ ଆଗ ଭଳି ଆଉ ଆସୁନାହିଁ ଚିଠି ଯେତେ ବି ଆଗ୍ରହ ଥାଉ I ଶୁଭୁନାହିଁ ଆଉ ପୋଷ୍ଟମ୍ୟାନ ଡାକ ସାଇକେଲ ଘଣ୍ଟି ବଜାଇ ଚିଠି ଚିଠି ବୋଲି ଘର ଆଗେ ଆସି ପୋଷ୍ଟମ୍ୟାନ ଅଟକୁ ନାଇଁ I ପ୍ରବାସୀ ପୁଅର ଚିଠି ଅପେକ୍ଷାରେ (ଆଗ)ରହୁଥିଲେ ପରିଜନ ମୋବାଇଲ ପାଇଁ କମିଛି ନିଶ୍ଚୟ ଚିଠିର ଆଦାନ ପ୍ରଦାନ I ସହଜ ହେଉଛି ମୋବାଇଲବାରତା ସଙ୍ଗେ ସଙ୍ଗେ ପାଇ ଖୁସି ଭଲ ଅବା ମନ୍ଦ ବାରତା ଶିଘିର ମୋବାଇଲ ଦିଏ ପରଷି I ତଥାପି ଚିଠିର ମହକ ଚମକ ରହିଥାଏ କାହା ପାଇଁ ହାତଲେଖା ଚିଠି ସ୍ନେହଭରା ପ୍ରୀତି ସୁନ୍ଦର ସନ୍ଦେଶ ଥାଇ I ଆଜିର ଚିଠିଟି ହୋଇଲେ ପୁରୁଣା ପାଲଟେ ସାଇତା ସ୍ମୁତି ପୁଣି କେବେଯଦି ପଡ଼େସେ ହାତରେ ଭିଜାଏ ଅତୀତ ସ୍ମୁତି I ସୁନ୍ଦର ଅକ୍ଷରେ ଲେଖା ହାତ ଚିଠି ପଢ଼ିବାକୁ ଲାଗେ ଭଲ ସୁନ୍ଦର ସନ୍ଦେଶ ତହିଁ ଲେଖା ଥିଲେ ସ୍ମରଣୀୟ ଚିରକାଳ I ସେଇଥିପାଇଁ ତ ମହତ ଜନଙ୍କ ଚିଠି ଚିରକାଳ ସାଇତା କାହା କାହା ପାଇଁ ପାଲଟେ ସମ୍ପଦ ଉଲ୍ଲେଖ ଥିଲେ ବାରତା I ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466