ଅଗଷ୍ଟ ପନ୍ଦର ପ୍ରଭାତ ଚନ୍ଦ୍ର ରଥ ଅଗଷ୍ଟ: ୨୦୨୫ Canonical: https://sishu.kabitawithoutborders.org/shishu/article_details-407229d167.html ଅଗଷ୍ଟ ପନ୍ଦର ଆସିଲା ମିତ ପତାକା ପୀଠରେ ଗାଇବା ଗୀତ ବାଜା ବଜାଇ ଚଉଦିଗ ଦେଇ- ଥିବା ସଜାଇ । ନୀଳ ଗଗନରେ ଦେବା ଉଡ଼ାଇ, ତ୍ରିରଙ୍ଗାଟି ଆମ ଜାତି ବଡ଼ାଇ ସ୍ୱାଧୀନ ଶିରୀ ଦେଇଦେଲା ହାତେ ଅନ୍ଧାର ଚିରି । ତା` ପାଇଁ ଦେବାଏ ବେକକୁ ପାତି ପତେଇ ଦେବାଏ ଲୁହାର ଛାତି ଉଡ଼ିବ ସିଏ ହାତେ ଧରାଇଲା ମୁକତି ଯିଏ! ସିଏ ପରା ଆମ ଗର୍ବ, ଗୌରବ ଆମରି ପରାଣ ଶୁଭ ସୌରଭ ଜୀବନ ଦେଇ ଭଲ ପାଇବା ତା ଆଶିଷ ନେଇ । ∎ ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ ମୋ-୮୭୬୩୩୦୨୫୦୭