ବାଘ ମାମୁଁ ଗଲା ସହର ଅଶୋକ କୁମାର ସେଠୀ ଜୁନ: ୨୦୨୫ Canonical: https://sishu.kabitawithoutborders.org/shishu/article_details-404f02eaf9.html ବାଘ ମାମୁଁ ଗଲା ସହର ବାଘ ମାମୁଁ ଦିନେ କଲା ବିଚାର ଜଙ୍ଗଲ ରେ ନାହିଁ ଭଲ ଆହାର ଆହାର ମିଳିବ ଗଲେ ସହର କାଉକୁ ପଠାଇ ଲା କରି ଡ଼ଗର । ବୁଲି ଆ ଦେଖିବୁ କିଏ ଭଲ ସହର ବୁଲି ଆସି କାଉ ଦେଲା ମଜା ଖବର ଦୁହେଁ ଗଲେ ବୁଲି ବାକୁ ଭୁବନେଶ୍ୱର ଇନ୍ଦିରା ପାର୍କ ରେ ଯାଇ ହେଲେ ହାଜର। ଗଛ ବୁଦା ମୂଳେ କଲେ ବିଚାର ଲୋକମାନେ ଖାଉଛନ୍ତି ଭୁଜା, ମିକ୍ସଚର କଥା ହେଉଛନ୍ତି ନାନା ପ୍ରକାର ଗାଡ଼ି ମଟର ଚାଲୁଛି କେଁକଟର। ଭାବି ଲା କେମିତି କରିବି ଶିକାର ଗହଳି ରେ ଧରି ଲେ ନାହିଁ ନିସ୍ତାର କାଉଟା ଥିଲା ଏକା ବଡ଼ ଚତୁର ଭାବିଲି ବାଘକୁ ଦେବି ପାନେ ଏଥର ନେଇଗଲା ତାକୁ ନନ୍ଦନକାନନ ଚାଲ କରିବା ସେଠାରେ ହନନ ବା ଘ ମାମୁଁ ଥିଲା ନିହାତି ବୋକା ବୁଢ଼ା ନୁହେଁ ଯୁବା ନଥିଲା ଶଙ୍କା ଏଠି ଅଛନ୍ତି ତୁମ ପରି ବାଘ ଖାଉଛନ୍ତି ପଶୁ ପକ୍ଷୀ କରି ଶାଗ ତାକୁ ଶୁଣାଇ କୁଆ କହିଲା ମାମୁଁ ତାଙ୍କ ସାଙ୍ଗେ କଥା ହୁଅ ହୋଇବ ଛାମୁ। ବାଘ ମାମୁଁ ଦେଖି ମାରି ଲା ଡିଆଁ ତାକୁ ଦେଖି କର୍ମଚାରୀ ହେଲେ ଛାନିଆ ମାମୁଁ ପଡିଗଲା ଆହା ବାଡ଼ ଭିତରେ ବା ହାରି ପାରିଲା ନାହିଁ ରଡେ କାତରେ ନନ୍ଦିନ କାନନ ବା ଘ କହେ ପର ବୁଦ୍ଧିଆ। ଭଲ କଲୁ ହେଲୁ ଏବେ ଆମ କୁଣିଆ କାଉ କହେ ହସି ହସି ମାମୁଁ ଶୁଣିବ କଥା ମୁଁ ଯାଉଛି ତୁମେ ସହରେ ଥା ∎