ରେଳଗାଡି ମୋ ନାମ ଅନନ୍ତ କୁମାର ସେନାପତି ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-3fa8da616e.html ଛୁକ ଛୁକ ହୋଇ ଶବଦ କରେ ରେଳଗାଡି ମୋ ନାମ, ନାନା ଯାତିରି କୋଳରେ ଧରି ଆଗେ ଧାଇଁବା କାମ       । ଯେଉଁଠି ମୋତେ ଇସାରା ଅଛି ଅଟକି ଥାଏ ସେଠି, ହେଉ ଗରମ ଅବା ବରଷା ଖୋଲେନି କେବେ ପାଟି        । ଶୀତଳ ଘରେ ଯୋଗାଇ ଥାଏ ତକିଆ ଆଉ ଗଦି, ପାଣି, ବିଜୁଳି, ନ କରେ ଊଣା ସିନେହେ ରଖେ ବାନ୍ଧି         । ବିନା ଟିକଟେ ଚଢିଛି ଯିଏ ଦେଇଛି ଜୋରିମାନା, ଏପରି କାମ କରିବା ପାଇଁ ରେଳ ବିଭାଗୁ ମନା           । ଗଢ଼ିଛି ଯିଏ ଯତନ କରି ସିଏ ମୋ ବାପା ମାଆ, ତାଙ୍କ ଆଦେଶ ମାନି ଚାଲିଲେ ଦୁଃଖ ଆସିବ କିଆଁ            । କାହାରି ମନେ ଦେବିନି ଦୁଃଖ ସବୁରି ସୁଖ ଚାହେଁ, ଅସନା କେବେ କରିବ ନାହିଁ ସଫା ରେ ସୁଖ ପାଏ          । ନିୟମ ମାନି ଚଲାଉ ଥିଲେ ଦୁଃଖ ଆସିବ ନାହିଁ, ରେଳ ଯାତରା ହେବ ସଫଳ ସୁଖ ସବୁରି ପାଇଁ            । ∎ ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼ ଫୋନ   7008304225