ଭକ୍ତ ଵଳରାମ ଡକ୍ଟର ସୁନାମଣି ରାଉତ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-3e367fe56f.html ବଳରାମ ଦାସ ନାମେ ଆଗକାଳେ ଥିଲେ ଜଣେ ଭକତ ଭକତି ତାଙ୍କର ଥିଲା ଠାକୁରଙ୍କ ପାଇଁ ଵଡ ଶକତ । ରଥଯାତ୍ରା ହେଉଥିଲା ଵଡଦାଣ୍ଡେ ସେତେବେଳେ ପୁରୀରେ ହରିବୋଲ, ହୁଳହୁଳି ଚାରିଆଡେ ପଡୁଥିଲା ହୁରିରେ । ଠାକୁରଙ୍କୁ ଦେଖିଵାକୁ ଵଳରାମ ରଥପରେ ଚଢ଼ିଲେ ଦୁର୍ ଦୁର୍ କହି ତାଙ୍କୁ ପଣ୍ଡାମାନେ ରଥପରୁ ତଡିଲେ । ମନଦୁଃଖେ ବଳରାମ ଚାଲିଯାଇ ପୁରୀ ବାଙ୍କି ମୁହାଣେ ବାଲିରେ ତିନୋଟି ରଥ ଗଢିଲେ ସେ ନିଜ ହାତ-ନିହାଣେ। ଭକତିରେ ଠାକୁରଙ୍କୁ ଡାକିଲେ ସେ ଆସ ପ୍ରଭୁ ଚଞ୍ଚଳ ଠାକୁର ଆସିଲେ ସେଠି ଵଡ଼ଦାଣ୍ଡେ ରଥ ହେଲା ଅଚଳ। ରାଜାଙ୍କୁ ତ ସ୍ଵପ୍ନ ହେଲା ଭକ୍ତକୁ ମୋ କ୍ଷମା ମାଗି ଆଣହେ ନହେଲେ ତ ଗଡ଼ିଵନି ଵଡ଼ଦାଣ୍ଡେ ରଥ ମୋର ଜାଣହେ । ରାଜା ମନ୍ତ୍ରୀ ପଣ୍ଡାମାନେ ଵଳରାମ ଦାସଙ୍କୁ ତ ଆଣିଲେ ଗଡିଲା ରଥ ଏଥର ଭକତର ଭକତିକୁ ଜାଣିଲେ। ∎ ରାଜାଵଗିଚା, କଟକ-୯ ମୋ -୯୪୩୭୧୯୨୮୯୦