ବସନ୍ତ ବୃନ୍ଦାବନ କୁମ୍ଭାର ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-3df5ce7e7a.html ଋତୁରାଜ ବସନ୍ତ ଆସ ଇ ଯେବେ। ପୁରୁଣା ପତର ଝଡି ପାଦପ ଯେତେକ ପଲ୍ଲବିତ ହୋଇ ଧରାପୃଷ୍ଠେ ଆସେ ମାଡ଼ି। ଆମ୍ବଡାଳେ କୋଇଲିର କୁହୁ କୁହୁ ମନ କିଣି ନିଏ ଗୀତ ଲୋହିତ ରଙ୍ଗରେ ପଳଶା ଫୁଲ ଟି ନିରେଖିଲେ ହୁଏ ଶାନ୍ତ। ମହୁଲ ଫୁଲଟି ପଡୁଥିଲେ ଦେଖ ରାତିର ଶେଷ ପ୍ରହରେ ନର ନାରୀ ଯେତେ ବିଲ ବନେସର୍ବେ ବ୍ୟସ୍ଥତା ଗୋଟେଇ ବାରେ। କାନନଟି ନାନା ଜାତି ଫୁଲ ଫଳେ ମହକାଉ ଥାଏ କେତେ ସେ ସବୁର ଶୋଭା ପଟାନ୍ତର ନାହିଁ ନନ୍ଦନ କାନନ ମର୍ତ୍ତେ। ସବୁଜ ସୁଷମା ବନଲତା ଭୂଇଁ ଦେଖିଲେ ମନ ବିଭୋର କାମଧେନୁ ଧରା ,ପାଳ ଇ ସବୁକୁ ଲେଖି ବସେ କବି ତାର। ∎ ଚାଣ୍ଟିପଲା, ଟିଟିଲାଗଡ଼