ଘୁମୁରୁ ଘୁମୁରୁ ପାରା ରଘୁ ନନ୍ଦନ ମହାପାତ୍ର ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-3da0ec2099.html ଘୁମୁରୁ ଘୁମୁରୁ ପାରା ରେ ଆ ଉଡ଼ି ଆ ପୁରୁ ପାଖକୁ ଦେଇ ଦେ ଟିକେ ଧରା ରେ । ଖୁଦ ଚାଉଳ ଖାଇବୁ ତୁହି ଦିଅନ୍ତି ମାଆ ତୋତେ ଦେଖେଇ ପୁରୁ କୁ ପରା ଖେଚେଡି ଖୋଇରେ । ଉଡ଼ି ବୁଲିଲୁ ସାରା ଆକାଶ ନ ଥିବୁ ଖାଇ ନଥିବୁ ପିଇ ଭୋକ ଲାଗି ବଣି ପରା ରେ ଘୁମୁରୁ ଘୁମୁରୁ ପାରା ରେ | ଦୁହେଁ ମିଶି କି ଖୁସିରେ ଖାଇ ଆସ ପାଖକୁ ମିତ ଟେ ହୋଇ ଲୋଟଣି ପାରା ତୋ` ନାଁ ରେ | ∎