ଟିକି ଚଢ଼େଇ ପଣ୍ଡିତ ମଧୁସୂଦନ ମିଶ୍ର ଡିସେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-3a513583fc.html ଟିକି ଟିକି ଟିକି ଟିକି ଟିକି ଚଢ଼େଇ ଟିକି ଚଢ଼େଇ । ନୀଳ ଆକାଶରେ ଉଡ଼େ ଡେଣା ବାଡ଼େଇ ଟିକି ଚଢ଼େଇ ।। ଭୋକ ହେଲେ ଖାଏ ଫଳ ଥଣ୍ଟ ବଢେଇ ଟିକି ଚଢ଼େଇ । ଶୋଷହେଲେ ପିଏ ପାଣି ଡେଣା ବୁଡ଼େଇ ଟିକି ଚଢ଼େଇ ।। ଆମ କୁନା ଚାହିଁଅଛି ହାତ ବଢ଼େଇ ଟିକି ଚଢ଼େଇ । ଭାତମୁଠେ ଦେଇଅଛି ତଳେ କୁଢ଼େଇ ଟିକି ଚଢ଼େଇ ।। ଧରିବନି ତତେ କୁନା ଦେବ ଉଡେଇ ଟିକି ଚଢ଼େଇ । ଦୁଃଖ ତତେ ଦେବନାହିଁ ଖୁସି ଛଡେଇ ଟିକି ଚଢ଼େଇ ।। ଶୀତହେଲେ କୁନା ଦେବ ତୁଳା ଗୁଡେ଼ଇ ଟିକି ଚଢ଼େଇ । ଖରାହେଲେ ଛତାଟିଏ ଦେବ ବଢେଇ ଟିକି ଚଢ଼େଇ ।। ମେଘହେଲେ ଦେବତୋତେଝରିଘୋଡେ଼ଇ ଟିକି ଚଢ଼େଇ । ତୋସାଥେ ଖେଳିବ କୁନା ଧୂଳି ଉଡେଇ ଟିକି ଚଢ଼େଇ ।। ଟିକି ଟିକି ଟିକି ଟିକି ଟିକି ଚଢ଼େଇ ଟିକି ଚଢ଼େଇ ।। ∎ କେନ୍ଦୁଝର ୯୪୩୮୧୯୨୮୧୦