ସାତ ରଙ୍ଗର ଝୋଟି ତପନ କୁମାର ସ୍ବାଇଁ ଅକ୍ଟୋବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-3a34a6c8bc.html ଏତେ ସୁନ୍ଦର ଧରାରେ ଛବି କିଏସେ ଦେଲା ସକାଳୁ ଆଙ୍କି ଅନ୍ଧାର ଥିଲା ଘୋଟି, ସାରା ମୂଲକେ ପକାଇ ଦେଲା ସାତ ରଙ୍ଗର ଝୋଟି । ଜାତି ଜାତିକା ଫୁଟିଛି ଫୁଲ ସତେକି ସିଏ ଅମୂଲ ମୂଲ ଅଟକି ଯାଏ ଆଖି, କିଏସେ ସିଏ ଫୁଲର ଦେହେ ରଙ୍ଗ ଦେଇଛି ମାଖି । ଉଡ଼ି ଉଡ଼ିକା ପରଜା ପତି କୋଉଠି ଥାଏ ଆସଇ କତି ଫୁଲ ଦେହରେ ବସି, କି କଥା ତାକୁ କାନରେ କୁହେ ଫୁଲଟି ଦିଏ ହସି । ପୂରୁବ ଦିଗେ ନାଲି ସୂରୁଯ ପତର ଫାଙ୍କେ ବୁଣେ ମୁରୁଜ ବିଛେଇ ପଡେ ଖରା, ସେହି ଖରାକୁ ଦେହେ ମାଖଇ ମାଟିର ଏଇ ଧରା  । ଯେତେ ଖୋଜଇ ଅଗଣା,ବିଲ ସାଗର,ନଈ,ପାହାଡ ଖୋଲ କେଉଁ ଦେଶ ତା` ଘର, ଦେଖନ୍ତି ତାକୁ ଥରିଏ ହେଲେ ଠିକଣା ଥିଲେ ତା`ର । ∎ ମହାନଦୀ ବିହାର, କଟକ -୪ ମୋ -   ୯୪୩୭୫୯୬୭୫୧