ମାନା ପାଇଁ ନାନାବାୟା ହରିହର ଶୁକ୍ଳ ଜାନୁୟାରୀ: ୨୦୨୫ Canonical: https://sishu.kabitawithoutborders.org/shishu/article_details-39d9cdfb56.html ଗାଡ଼ି ଚାଲେ ଭୁଁ ଭୁଁ ସିଟି ବାଜେ ପୁଁ ପୁଁ ମାଆ ଟିକେ ରାଗିଗଲେ ମାନା କାନ୍ଦେ ସୁଁ ସୁଁ। ନଈପାଣି ଘୁଉ ଘୁଉ ବାଆ ବହେ ସୁଉ ସୁଉ ମାନା କାନ୍ଦ ଥମିଯାଏ ମାଆ କୋଳ ଛୁଉଁ ଛୁଉଁ। ଘଡ଼ି ଚାଲେ ଟିକ୍ ଟିକ୍ କଣ୍ଟା ଘୂରେ ଠିକ୍ ଠିକ୍ ମାଆକୋଳେ ଥାଇ ମାନା ହସିଦିଏ ଫିକ୍ ଫିକ୍। ଟମି ଭୋକେ ଭୋ ଭୋ ବିଲୁଆଟା ହୁକେ ହୋ ମାନା ମୋର ଗୀତ ଶୁଣି ହସିଦିଏ ଠୋ ଠୋ। ∎ ଫୋ:୯୮୬୮୮୦୫୯୯୬