ଆମ ଜାତୀୟ ପତାକା ମିନତି ପଟ୍ଟନାୟକ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-394d7610f1.html ଜାତିର ଟେକ ଜାତି ପତାକା ତା ପାଦେ ନମସ୍କାର ସେହି ପତାକା ସ୍ୱାଧୀନ ହୋଇ ଉଡଇ ଫରଫର। ଉପରେ ଥାଇ ନାରଙ୍ଗୀ ରଙ୍ଗ ଦିଏ ସାହସ ବାର୍ତ୍ତା ମଝିରେ ଶ୍ୱେତ ସାମ୍ୟଵାଦ କୁହେ ଶାନ୍ତି ର କଥା। ସବୁଜ ରଙ୍ଗ ତଳେ ଥାଇକି କହୁଛି ଭାଇ ଶୁଣ ମୋ ଠାରୁ ଶିଖ ନମ୍ର ଆଉ ସମୃଦ୍ଧିର ଗୁଣ । ମଝିରେ ଥାଇ ଅଶୋକ ଚକ୍ର ଧରି ଚବିଶି ଅର କହୁଛି କାନେ ହେ ସୁଧୀ ଜନେ ବୁଝ ସମୟ ସ୍ୱର । ଚବିଶି ଘଣ୍ଟା ଗୋଟିଏ ଦିନ ସୁବିନିଯୋଗ କଲେ ହାରି ଯିବନି ଚଲା ପଥରେ ସମୟ ଜ୍ଞାନ ଥିଲେ। ତ୍ରିରଙ୍ଗା ଉଡି ବିଶ୍ୱ ବାସୀଙ୍କୁ କହୁଛି ହସିହସି ଶାନ୍ତି ଅହିଂସା ପୂଜାରୀ ଆମେ ଆମେ ଭାରତ ବାସୀ। ∎ ନୀଳଚକ୍ର ନଗର, ଅଠର ନଳା, ପୁରୀ ୨ , ୯୩୩୭୬୯୬୨୨୭