ଅତି ବଢ଼ିଆ ଭାଷା ଓଡ଼ିଆ ଧ୍ରୁବ ଚରଣ ଘିବେଲା ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-38af46b076.html କେତେ ବଢ଼ିଆ ଭାଷା ଓଡ଼ିଆ ସରଳ ଓ ସହଜ କହିବାଠାରୁ ଲେଖିବା ଯାଏ ଅତି ସହଜ ସଜ । ସୁନ୍ଦର ଲିପି ଭଲ ବି ଲାଗେ ଗୋଲ ଆକାର ପାଇଁ ଯା` ହସ୍ତାକ୍ଷର ଯେତେ ସୁନ୍ଦର ଶରଧା ରହେ ତହିଁ । ଅତି ବଢ଼ିଆ ଆମ ଓଡ଼ିଆ ଭାଷା ଅତି ସରଳ କହିବା ପାଇଁ ଲେଖିବା ପାଇଁ ସହଜ ଓ ଡଉଲ । ଓଡ଼ିଆ ଗପ ଓଡ଼ିଆ ଗୀତ ପଢ଼ିଲେ ଲାଗେ ଭଲ ପଢ଼ ବା ଶୁଣ ଥିଲେଟି ମନ ଲାଗେ ତାହା ଡଉଲ । ଭାଷା ପାଇଁ କି ପରିଚୟ ବି ତିଆରି ହୋଇଅଛି ଆମେ ଓଡ଼ିଆ ଭାଷା ବଢ଼ିଆ ମାନ୍ୟତା ବି ମିଳିଛି । ଶାସ୍ତ୍ରୀୟ ଭାଷା ଭିତରେ ଆଜି ଷଷ୍ଠ ଶାସ୍ତ୍ରୀୟ ଭାଷା ଭାଷା ଭିତରେ ଅତି ସୁନ୍ଦର ବଢ଼ିଆ ମାତୃଭାଷା । ମାଆ ମୁହଁର ଭାଷା ସୁନ୍ଦର ଯାହା ମାଆର ଭାଷା ସେଇ ଭାଷା ହିଁ ପାଏ ମାନ୍ୟତା ଅସଲ ମାତୃଭାଷା । ଆମ ଓଡ଼ିଆ ଭାଷା ବଢ଼ିଆ ଓଡ଼ିଆ ମାତୃଭାଷା ଭାଷାକୁ ଦେଇ ମାଆ ମର୍ଯ୍ୟାଦା ଭଲ ପାଇବା (ଆମ)ଭାଷା । କହି ଓଡ଼ିଆ ଲେଖି ଓଡ଼ିଆ ବଢ଼ାଇବା ଗୌରବ ସାରା ବିଶ୍ୱରେ ନାଆଁ ଅରଜି ବାଣ୍ଟି ଦେବା ସୌରଭ । ∎ ବଉଦରାଜ, ଜି. ବୌଦ୍ଧ ମୋ.9437478466