ନାମଟି ମୋର ରକେଟ ଜ୍ୟୋତିର୍ମୟୀ ମହାନ୍ତି ମଇ: ୨୦୨୪ Canonical: https://sishu.kabitawithoutborders.org/shishu/article_details-38989975fa.html ଚାଳକ ମୋ ପାଇଁ ନ ହୁଏ ଲୋଡ଼ା ବିଜ୍ଞାନ ବଳରେ ମୋ ଦେହ ଗଢ଼ା ମୋ ଦେହରେ ଭରି ଦେଲେ ଇନ୍ଧନ ମହା ଶୂନ୍ୟରେ ମୁଁ କରେ ଗମନ ଦୂର ଆକାଶ ର ଅନ୍ଧାର କୋଳେ ସବୁ ବାଧା ଠେଲି ନିର୍ଭୟେ ବୁଲେ ଶୂନ୍ୟ ରାଇଜେ ଯାଏ ମୁଁ ଉଡି ନୂଆ ନୂଆ ତଥ୍ୟ ଆଣେ ମୁଁ କାଢି ଗ୍ୟାସ ଇନ୍ଧନ ରେ ଚଳେ ମୋ ଦେହ ପାରିବ ଯଦି ତ ମୋ ନାମ କୁହ କୁନା କୁନି ଆସ ମୋ ଦେହେ ବସି ଜହ୍ନ ରାଇଜକୁ ଯିବରେ ହସି ସେଠି ଗଢି ଦେବ ସୁନାର ଦେଶ ଦୁନିଆ କୁ ଦେବ ନୂଆ ସନ୍ଦେଶ