ମାଙ୍କଡ଼ ବିଲେଇ ଲାଗିଲେ କଳି କୈଳାସ ଚନ୍ଦ୍ର ଧଳ ଫେବୃଆରୀ : ୨୦୨୬ Canonical: https://sishu.kabitawithoutborders.org/shishu/article_details-38291531a2.html ମାଙ୍କଡ଼ ବିଲେଇ ଲାଗିଲେ କଳି ଗାତେ ଥାଇ ମୂଷା ହୁଅଇ ଭାଳି I କହିଲା, ବିଲେଇ ନାନୀ ହେ କିଆଁ ମାଙ୍କଡ଼ ସହିତେ ମାରୁଛ ଡିଆଁ ? ଆମେ ଯେତେ ଅଛେ ଜଗତେ ଜୀବ ପର ଆପଣରେ କାହିଁକି ଭାବ ? ଛୋଟ ବଡ଼ ଅବା ଚତୁର କିଏ ବିପଦରେ କେବେ ବଞ୍ଚାଇ ଦିଏ II କଳି ଗୋଳ ଅଟେ ଖରାପ କାମ ମିଳିମିଶି ଥିଲେ ବଢ଼ଇ ନାମ I ବଳକା ଦରବ ଅନ୍ୟକୁ ଦେଇ ମନରେ ସନ୍ତୋଷ ଲଭିବ ଯାଇ II ମୂଷା ଭାଇଟିର ଟିକିକ କଥା ଛାଡ଼ି ଦେଲେ କଳି ପଶିଲା ଚେତା I ∎ ଫୁଲବାଣୀ, କନ୍ଧମାଳ -8895119944