ଭଲ ମଣିଷଟେ ହେବି ଡକ୍ଟର ଲଷ୍ମୀକାନ୍ତ ଖୁଣ୍ଟିଆ ଅଗଷ୍ଟ: ୨୦୨୪ Canonical: https://sishu.kabitawithoutborders.org/shishu/article_details-3759c735a4.html ଖରାଛୁଟି ଗଲା ସ୍କୁଲ ଖୋଲିଲା ମାମା ମୋତେ ସଜକର ବହିଖାତା ଦିଅ ପାଠ ପଢି ଯିବି ନାହିଁ ଲୋ ପାଠକୁ ଡର. କେତେଦିନ ହେଲା ସାଙ୍ଗଙ୍କୁ ଦେଖିନି ହୋଇନି କଥା ବି ପଦେ ସକାଳ ହେଲେ ବି ଉଠୁ ତ ନ ଥିଲି ଶୋଇଯାଉଥିଲି ନିଦେ. ସେ ଅଭ୍ୟାସ ଏବେ ଚଳିବ ନାହିଁ ତ ସଅଳ ଉଠିବି ମୁହିଁ ନିଜ କାମ ସାରି ବାହାରି ପଡିବି ମୋର ପାଠପଢା ପାଇଁ. ଯେଉଁ ଦିନ ପାଠ ସେ ଦିନ ସାରିବି ବାକିଆ ରଖିବି ନାହିଁ ଗୁରୁଜୀଙ୍କଠାରୁ ଆଶିଷ ଲଭିବି ଭଲ ଚାଟ ହେବି ମୁହିଁ. ଭଲ ପାଠ ପଢି ବାପା ମାମାଙ୍କର ସୁନାମ ବଢ଼ାଇ ଦେବି ଦୁନିଆ ଆଗରେ ପରିଶ୍ରମ କରି ଭଲ ମଣିଷଟେ ହେବି. ∎ ସହକାରୀ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ, ଶହୀଦନଗର ଭୁବନେଶ୍ୱର-751007