ଧାଡି ଭାଙ୍ଗନି ପିମ୍ପୁଡ଼ି ପରି ସୁଜିତ କୁମାର ମିଶ୍ର ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-36f8e845e8.html ସକାଳୁ ଉଠି କୁନା ଦେଖିଲା ଘରେ ପିମ୍ପୁଡି ଧାଡି, ଭୟରେ ଯାଇ ଲୁଚିଲା ସିଏ ସବୁ କାମକୁ ଛାଡି । ଖୋଜିଖୋଜିକା ବହୁତ ତାକୁ ଜେଜୀ ମା କଲେ ଠାବ, ବୁଝାଇ ଦେଲେ ପିମ୍ପୁଡି ନୁହେଁ କେବେ କାମୁଡା ଜୀବ । ଧାଡିରେ ଥାନ୍ତି ପିମ୍ପୁଡି ଦଳ ଯୁଦ୍ଧେ ସଇନ ପରି, ଯେତେ ଭାଙ୍ଗିଲେ ପୁଣି ସେମାନେ ହୋଇଯାଆନ୍ତି ଯୋଡି। କର୍ମ ଚଞ୍ଚଳ ଥାଆନ୍ତି ପରା ସେମାନେ ପ୍ରତିକ୍ଷଣ, ଖାଦ୍ୟ ସଂଗ୍ରହ କରୁଥାଆନ୍ତି ବିପଦ ଆଗୁ ଜାଣ । ପିମ୍ପୁଡି ସିନା ଜୀବଟେ ଛୋଟ ମହତ ତାର ବହୁ, ମନ ପ୍ରାଣରେ ଭରି ଦିଏ ସେ ପ୍ରେରଣା ମିଠାମହୁ । ଧାଡି ଭାଙ୍ଗନି ପିମ୍ପୁଡ଼ି ପରି ମାଡି ଚାଲୁଥ ପିଲେ, ହୋଇବ ସୁଖୀ ତାପରି ତୁମେ କରମ କରୁଥିଲେ । ∎ ଜନାର୍ଦ୍ଦନପୁର ଶାସନ କେନ୍ଦୁଝର ୭୬୮୩୮୬୭୭୪୨