ଚାଇଁ ଖିରିକି ପ୍ରଭାତ ଚନ୍ଦ୍ର ରଥ ଜାନୁୟାରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-366ac811ae.html ଚାଇଁ ଖିରିକି, କହିଲା ଆଠ -ତିନି ତିରିକି ଗୁରୁଜୀ କରିଲେ - ଆଁ , କହିଲେ - ଚାଇଁ ଲୋ, କି କରିବି ମୁଁଇ, ପଡ଼ିବ ମୋ`ରି ନାଆଁ ! ।୧। ଚାଇଁ ଖିରିକି, ପୁଣି କହିଲା - ପାଟି ଚିରିକି ତିନି ତିରିକି ଛଅ ଗୁରୁଜୀ କହିଲେ - ନାଇଁ ଲୋ ଖିରିକି, ତିନି ତିରିକି ନଅ । ।୨। ଚାଇଁ ଖିରିକି, ଚାଇଁ ଖିରିକି, ପାଦ ପକେଇଲା ଥିରି ଥିରିକି, ଗୁରୁଜୀ ହସିଲେ ଠୋ, ଚାଇଁ ଯେଉଁଦିନ ପ୍ରଥମ ହୋଇଲା ବାଣ ଫୁଟିଗଲା ଢ଼ୋ ! ।୩। ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବାଦୀ ମୋ-୮୭୬୩୩୦୨୫୦୭