ଏକତା ଡଃ ସ୍ଵର୍ଣ୍ଣଲତା ତ୍ରିପାଠୀ ଏପ୍ରିଲ: ୨୦୨୫ Canonical: https://sishu.kabitawithoutborders.org/shishu/article_details-358e9767ce.html ଏକକ ସମଷ୍ଟି ହୁଅଇ ଏକତା ସବୁଠାରେ ଗ୍ରହଣୀୟ, ଏକତା ଯେ ଏକ ସମ୍ପର୍କ ସୌନ୍ଦର୍ଯ୍ୟ ସବୁଠାରେ ସ୍ପୃହଣୀୟ । ଉଇଙ୍କ ଏକତା ହୁଙ୍କା ନିର୍ମାଣରେ ବିରାଟ ବିରାଟ କରି, ପିମ୍ପୁଡ଼ି ଏକତା ଲମ୍ବା ଧାଡ଼ି ହୋଇ ଖାଦ୍ୟ ସଂଗ୍ରହରେ ଚାଲି । ଫୁଲରୁ ଫୁଲକୁ ମହୁ ସଂଗୃହିତ ମକ୍ଷିକା କରେ ସଞ୍ଚୟ, କପୋତ ଏକତା ଜାଲେ ଉଡ଼ିଯାଇ ପ୍ରାଣରକ୍ଷ। ପାଇଁ ଲୟ । ବ୍ୟକ୍ତିର ଏକତା ସମାଜ ଗଠନ ଜାତି ସଂଗଠିତ ଲୋଡ଼ି, ପାଞ୍ଚୋଟି ଆଙ୍ଗୁଠି ଏକାଠି ହୋଇଲେ ପରବତ ଦେବେ ଟ।ଳି । ଏକତାରେ ଗୋଷ୍ଠୀ ଗୋଷ୍ଠୀରେଏକତା ହୁଅଇ ରାଷ୍ଟ୍ରର ସୃଷ୍ଟି, ଏକତା ନିଦାନ ହୁଏ ମହାଶକ୍ତି ବଡ଼ ପରିବାର ରଖି । ଏକତା ଯେଉଁଠି ସମ୍ପଦ ସେଇଠି ଐକ୍ୟ ସେ ଭାରତବାସୀ, ଐକ୍ୟବୋଧରେ ପରିଚୟ ମିଳେ ଭାରତୀୟ ଯେ ସାହସୀ। ଏକତା ରହିଲେ ଉନ୍ନତି ସମ୍ଭବ ଦେଶ ପ୍ରଗତି ଉଜ୍ଜଳ, ଏକତା ବିସ୍ମୟ ସୁରକ୍ଷା କବଚ ସତ୍ୟ ଏକତାହିଁ ବଳ । ∎ (ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ) ଅବସର ପ୍ରାପ୍ତ ମଣ୍ଡଳ ସହ ଶିକ୍ଷା ଅଧିକାରୀ , ପୁରୀ ସଦର ବ୍ଲକ୍, କୋଣାର୍କ